ଛେନାପୋଡ଼ ଜିତିନେଲା ଆୟୁଷ୍ମାନଙ୍କ ମନ

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମନ କିଣିନେଲା ଛେନାପୋଡ଼ | ଓଡିଶା ଆସିଥିବାବେଳେ ଆୟୁଷ୍ମାନ ଛେନାପୋଡ଼ ଖାଇଥିବାବେଳେ ଏନେଇ ସେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି | ଆଉ ଆୟୁଷ୍ମାନଙ୍କ ଫଟୋ ପୋଷ୍ଟ ପରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ତାଙ୍କୁ ଧନ୍ୟବାଦ ଦିଆଯାଇଛି | ବାସ୍ତବରେ ଆୟୁଷ୍ମାନ ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ, ଛେନାପୋଡ଼ର ପୋଡ଼ିଯାଇଥିବା ଅଂଶ ବା କଳା ଭାଗଟି ଏତେ ସ୍ୱାଦିଷ୍ଟ ଯେ ମୋ ମନ କିଣିନେଇଛି | ପୋଡା ଭାଗଟି ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାବେଳେ ଏହାକୁ ନେଇ ଓଡିଶା ପର୍ଯ୍ୟଟନ ବିଭାଗ ରୀଟ୍ୱିଟ କରି ଲେଖିଛି ଯେ ଆପଣ ପୁଣିଥରେ ଓଡିଶା ଆସିବେ ବୋଲି ଆଶା କରୁଛୁ | ଆପଣ ଆମର ଖାଦ୍ୟକୁ ପସନ୍ଦ କରିଥିବାରୁ ଅଶେଷ ଧନ୍ୟବାଦ |ଆୟୁଷ୍ମାନଙ୍କ ଏହି ଟ୍ୱିଟ ପରେ ଅନେକ ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି | ଉଲ୍ଲେଖ ଥାଉ କି କିଛିଦିନ ତଳେ ଆୟୁଷ୍ମାନ ଯାଜପୁର ମହୋତ୍ସବକୁ ଆସିଥିଲେ | ୧୯୩୧ ଏପ୍ରିଲ ୧୧ରେ ଜନ୍ମଗ୍ରହଣ କରିଥିବା ସୁଦର୍ଶନ ସାହୁ ଥିଲେ ନୟାଗଡ଼ରେ ପ୍ରସ୍ତୁତ ଛେନାପୋଡର ଜନ୍ମଦାତା। ଆଉ ଏପ୍ରିଲ ୧୧ରେ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଏ । ସୂଚନା ଥାଉ କି ଛେନାପୋଡ଼କୁ ସାଧାରଣ ଲୋକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ପସନ୍ଦ କରନ୍ତି | ୩ ବର୍ଷ ତଳେ ବଲିଉଡ କଣ୍ଠଶିଳ୍ପୀ ତଥା ଟିଏମସି ନେତା ବାବୁଲ ସୁପ୍ରିୟୋ ଓଡିଶା ଆସିଥିବାବେଳେ ମଜାରେ କହିଥିଲେ ଯେ ଓଡ଼ିଶାର ଛେନାପୋଡ଼ ତାଙ୍କୁ ବହୁତ ପସନ୍ଦ | ବିରୋଧୀ ଦଳ ଛେନାପୋଡ଼ ଖାଉନଥିବାରୁ ବୁଦ୍ଧି ଆସୁନାହିଁ ବୋଲି କଟାକ୍ଷ କରିଥିଲେ | ଅବଶ୍ୟ ସେତେବେଳେ ସେ ବିଜେପିରେ ଥିଲେ |

Spread the love