ବିମାନରେ ବୋମା ଆତଙ୍କ । ଋଷରୁ ଗୋଆ ଆସୁଥିବା ବିମାନକୁ ପଠାଗଲା ଉଜବେକିସ୍ତାନ

ଋଷରୁ ଗୋଆ ଆସୁଥିବା ଏକ ଚାଟାର୍ଡ ଫ୍ଲାଇଟକୁ ସୁରକ୍ଷା ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଆଲର୍ଟ ଜାରି ହେବା ପରେ ବିମାନକୁ ଉଜବେକିସ୍ତାନକୁ ଡାଇଭର୍ଟ କରିଦିଆଯାଇଛି । ଏହାର କାରଣ ହେଉଛି ବିମାନକୁ ବମରେ ଉଡାଇ ଦେବା ପାଇଁ ଧମକ ମିଳିଛି ।ମିଳିଥିବା ସୂଚନା ଅନୁସାରେ, ଋଷର ପେରମ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଅଜୁର ଏୟାରଲାଇନ୍ସର ପ୍ଲେନ୍ ଗୋଆ ଆସିବା ପାଇଁ ଉଡାଣ ଭରିଥିଲା । କିନ୍ତୁ ମଝି ଆକାଶରୁ ହିଁ ବିମାନର ସୁରକ୍ଷାକୁ ନେଇ ଆଲର୍ଟ ଜାରି କରାଯାଇଥିଲା । ଆଉ ବିମାନକୁ ଗୋଆ ବଦଳରେ ଉଜବେଗିସ୍ତାନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ବିମାନରେ ବମ୍ ଥିବା ଖବର ଗୋଆର ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଇମେଲ୍ ଜରିଆରେ ମିଳିଥିଲା । ଯେଉଁଥି ପାଇଁ ବିମାନର ଦିଗ ପରିବର୍ତ୍ତନ କରାଯାଇଥିଲା । ବିମାନରେ ୨ଟି ପିଲା, ୭ଜଣ କ୍ର୍ୟୁ ମେମ୍ବର ସମେତ ୨୩୮ଜଣ ଲୋକ ରହିଛନ୍ତି ।

ଗତ ୯ତାରିଖ ଦିନ ମଧ୍ୟ ଏକ ବିମାନକୁ ଏମରଜେନ୍ସିଂ ଲାଣ୍ଡିଂ କରାଯାଇଥିଲା । ୯ତାରିଖ ରାତିରେ ମସ୍କୋରୁ ଗୋଆ ଯାଉଥିବା ଆଜୁର ଏୟାରଲାଇନ୍ସର ବିମାନକୁ ଗୁଜୁରାଟର ଜାମନଗରରେ ଏମରଜେନ୍ସିଂ ଲାଣ୍ଡିଂ କରାଯାଇଥିଲା ।

Spread the love