ଆଖଣ୍ଡଳମଣି ପୀଠର ଉନ୍ନତିକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୮ କୋଟି

ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ଏଥିସକାଶେ ମୁଖ୍ୟମନ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ପ୍ରସିଦ୍ଧ ଦେବାଦେବୀ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ ଗସ୍ତ କରି ସମୀକ୍ଷା କରିଚାଲିଛନ୍ତି । ପୁରୀର ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ସମଲେଶ୍ୱର ମନ୍ଦିରର ଉନ୍ନତିକରଣ ସହ ପାରିପାର୍ଶ୍ୱିକ ଅବସ୍ଥିତିର ବିକାଶ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ତଥା ଭଦ୍ରକ ଜିଲ୍ଲାର ଆରାଧ୍ୟ ଦେବତା ଆରଡି ପୀଠର ଆଖଣ୍ଡଳମଣି ମନ୍ଦିରର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ୱିକ ଅବସ୍ଥିତିର ଉନ୍ନତି ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସରକାର ଆଜି ୨୮.୭.୨୩ ତାରିଖରେ ୨୮ କୋଟି ଟଙ୍କା ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। ପ୍ରକାଶେଯାଗ୍ୟ ଗତ ୨୦୨୨ ସେପ୍ଟେମ୍ବର ୨୨ ତାରିଖରେ ୫-ଟି ସଚିବ ଆରଡି ଗସ୍ତ କରି ବାବା ଆଖଣ୍ଡଳମଣି ପୀଠର ସ୍ଥିତାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

Spread the love