ବାବା ମୁକ୍ତେଶ୍ଵର କ୍ରିକେଟ କ୍ଲବ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

 ସୋର’ ୧୦/୧୨: ଆଜି ବାବା ମୁକ୍ତେଶ୍ଵର କ୍ରିକେଟ କ୍ଲବ ର ଅଷ୍ଟମ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟିତ ହିଇଯାଇଛି।  ଏହି ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ ମହୁମୁହାଣ ଗ୍ରାମପଞ୍ଚାୟତର ସରପଞ୍ଚ  ଗଦାଧର ମହାପାତ୍ର। ଏହି ଦିବସରେ ଭାଗ ନେଇଥିଲେ ଆଦର୍ଶ କ୍ଳବ୍ ବାଲେଶ୍ବର ସହିତ ତମଣ୍ଡୋ ଭୁବନେଶ୍ୱର। ବାଲେଶ୍ଵର ଟସ୍ ରେ ୱିନ୍ କରି ପ୍ରଥମେ ଫିଲ୍ଡିଂ ର ନିଷ୍ପତ୍ତି ନେଇଥିଲା । ଭୁବନେଶ୍ୱର ପ୍ରଥମେ ବ୍ୟାଟିଂ କରି ୨୫ ଓଭର୍ ରେ ୯ ଟି ୱିକେଟ ହରାଇ ୨୭୦ ରନ ସଂଗ୍ରହ କରିଥିଲେ। ସେଥି ମଧ୍ୟରେ ରାମଚନ୍ଦ୍ର ବେହେରା ୫୩ଟି ବଲ ଖେଳି ୧୧୫ ରନ କରିଥିଲେ। ତାର ଜବାବ୍ ରେ ବାଲେଶ୍ଵର ଟିମ୍ ୨୧ ଓଭର ରେ ସମସ୍ତ ୱିକେଟ ହରାଇ ୧୭୧ ରନ କରିଥିଲେ । ସେଥି ମଧ୍ୟରେ ଶେଖର ମଝି ୨୬ ବଲ ରେ ୬୦ ରନ କରିଥିଲେ। ଏଥି ସହିତ ତମାଣ୍ଡୋ ଭୁବନେଶ୍ୱର ୱିନ କରିଥିଲା। ଭୁବନେଶ୍ୱର ର ପ୍ଲାୟର ରାମଚନ୍ଦ୍ର ବେହେରା ୫୩ ତି ବଲ୍ ଖେଳି ୧୧୫ ରନ କରି ଥିବାରୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆଜିର ମ୍ୟାଚ୍ ରେ ମୁଖ୍ୟ ଅତିଥି ଥିଲେ ଆମ ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ଗଜେନ୍ଦ୍ର ପ୍ରଧାନ। ସେ ଏହି ମ୍ୟାନ ଅଫ ଦି ମ୍ୟାଚ୍ ପ୍ରଦାନ କରିଥଲେ। ଏହି ମ୍ୟାଚ୍ ରେ ଖେଳ ପରିଚାଳକ ଥିଲେ ଆଶୋଟୋସ ପାଣି ଏବଂ ଦୁର୍ଗାପ୍ରସାଦ ପଟ୍ଟନାୟକ। ସ୍କୋରର ଭାବେ ଥିଲେ ନରେଶ , ରାକେଶ , ଦିବ୍ୟ ଏବଂ ସନ୍ତୋଷ ଓ ଭାଷ୍ୟକର ଥିଲେ ଯଦୁନାଥ ନାୟକ ଏବଂ ରସିଦ ।ଏହି ଖେଳ କୁ ପରିଚାଳନା କରିଥଲେ ମୁକ୍ତେଶ୍ଵର କ୍ଲବ ର ସଦସ୍ୟ ତଥା ,ସୁଶାନ୍ତ ସାହୁ, ବିଶ୍ବରଂଜନ ପ୍ରଧାନ, ସୁରେନ୍ଦ୍ର ବେହେରା, ଗୋପୀନାଥ, ରମାକାନ୍ତ, ହରିଚନ୍ଦ୍ର, ରଞ୍ଜନ, କୈଳାଶ, ଶ୍ରୀକାନ୍ତ , ମାନସ ଏବଂ ଗଦାଧର ପ୍ରମୁଖ।

Spread the love