୨୦୨୪କୁ ନେଇ ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ପଡିବ ଅର୍ଥନୈତିକ ସଙ୍କଟ

ଦୃଷ୍ଟିହୀନ ବୁଲଗେରିଆର କ୍ଲେର୍ଭୋୟାଣ୍ଟ ଭେଙ୍ଗେଲିଆ ଗୁଷ୍ଟରୋଭା, ‘ବାବା ଭେଙ୍ଗା’ ଭାବରେ ଜଣାଶୁଣା, ୨୦୨୪ ପାଇଁ ଅନେକ ଭବିଷ୍ୟବାଣୀ କରିଯାଇଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଏବଂ ୯/୧୧ ଆକ୍ରମଣ ଭଳି ଘଟଣାଗୁଡ଼ିକର ସଠିକ୍ ପୂର୍ବାନୁମାନ ପାଇଁ ସେ ଖୁବ ଜଣାଶୁଣା । ବାବା ଭେଙ୍ଗାଙ୍କ ଭବିଷ୍ୟ ବାଣୀକୁ ସମସ୍ତେ ବିଶ୍ୱାସ କରନ୍ତି । କାରଣ ତାଙ୍କର ଅନେକ ପୂର୍ବାନୁମାନ ସଠିକ ଭାବରେ କରିଛନ୍ତି । ତେବେ ବର୍ତ୍ତମାନ ୨୦୨୪ ପାଇଁ ବାବା ଭେଙ୍ଗା ରୁଷର ରାଷ୍ଟ୍ରପତି ପୁଟିନଙ୍କ ହତ୍ୟା, ୟୁରୋପରେ ଆତଙ୍କବାଦୀ ଆକ୍ରମଣର ବୃଦ୍ଧି ଏବଂ ଆଗାମୀ ବର୍ଷରେ ବାୟୋଲୋଜିକାଲ ଆଟାକ ଭଳି ଅନେକ ପୂର୍ବାନୁମାନ କରିଛନ୍ତି । ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ବାବା ଭେଙ୍ଗା ୨୦୨୪ ପାଇଁ କଣ କଣ ପୂର୍ବାନୁମାନ କରିଛନ୍ତି ।

ପୁଟିନ ହତ୍ୟା: ଆଗାମୀ ବର୍ଷ ପାଇଁ ସେ ଭ୍ଲାଦିମିର ପୁଟିନଙ୍କ ହତ୍ୟାର ପୂର୍ବାନୁମାନ କରିଥିଲେ । ତେବେ ଏହାପୂର୍ବରୁ ମଧ୍ୟ ପୁଟିନ ଅନେକ ହତ୍ୟା ଉଦ୍ୟମର ସମ୍ମୁଖୀନ ହୋଇଥିଲେ ।

ୟୁରୋପରେ ଆତଙ୍କବାଦୀ ଆକ୍ରମଣର ବୃଦ୍ଧି: ବାବା ଭେଙ୍ଗାଙ୍କ ଅନୁଯାୟୀ ୟୁରୋପରେ ୨୦୧୪ ରେ ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟିବ ।

ବାୟୋଲୋଜିକାଲ ଆଟାକ: ୨୦୨୪ ମସିହାରେ ବାୟୋଲୋଜିକାଲ ଅସ୍ତ୍ର ପରୀକ୍ଷଣ କିମ୍ବା ଆକ୍ରମଣ କରୁଥିବା ଏକ ‘ବଡ ଦେଶ’ର ଭବିଷ୍ୟବାଣୀ କରିଛନ୍ତି । ବାବା ଭେଙ୍ଗା ଆସନ୍ତା ବର୍ଷରେ ଏଭଳି ଅସ୍ତ୍ରଶସ୍ତ୍ରର ବିପଦକୁ ଦର୍ଶାଇଥିଲେ ।

ବିପୁଳ ଅର୍ଥନୈତିକ ସଙ୍କଟ: ବାବା ଭେଙ୍ଗା ଆଗାମୀ ୨୦୨୪ ମସିହାରେ ଏକ ପ୍ରମୁଖ ଅର୍ଥନୈତିକ ସଙ୍କଟ ବିଷୟରେ ଭବିଷ୍ୟବାଣୀ କରିଥିଲେ । ସେ ଏହାକୁ ଭୌଗୋଳିକ ରାଜନୈତିକ ତିକ୍ତତା, ପଶ୍ଚିମରୁ ପୂର୍ବକୁ ଅର୍ଥନୈତିକ ଶକ୍ତିର ପରିବର୍ତ୍ତନ ଏବଂ ଋଣ ସ୍ତର ବୃଦ୍ଧି ଭଳି କାରଣ ଦର୍ଶାଇଥିଲେ ।ଏହିଭଳି ଭୟାନକ ଭବିଷ୍ୟବାଣୀ ମଧ୍ୟରେ ବାବା ଭେଙ୍ଗା କିଛି ସକରାତ୍ମକ ବିକାଶର ମଧ୍ୟ ପୂର୍ବାନୁମାନ କରିଥିଲେl

ଚିକିତ୍ସା ସମ୍ବନ୍ଧୀୟ ସଫଳତା : ୨୦୨୪ ରେ ଆଲଜାଇମର ନୂତନ ଚିକିତ୍ସା ଏବଂ କର୍କଟ ରୋଗର ଉପଶମ ଉଦ୍ଭାବନ ସହିତ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସଫଳତାର ପୂର୍ବାନୁମାନ କରି ଯାଇଛନ୍ତି ।

ତେବେ ଆସନ୍ତୁ ଜାଣିବା କିଏ ଥିଲେ ବାବା ଭେଙ୍ଗା?

ବାବା ଭେଙ୍ଗା ୧୯୧୧ ମସିହାରେ ଉତ୍ତର ମାକେଡୋନିଆର ଷ୍ଟ୍ରୁମିକାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଧାର୍ମିକ ନେତା ତଥା ହର୍ବାଲ ଡାକ୍ତର ଥିଲେ । ମାତ୍ର ୧୨ ବର୍ଷ ବୟସରେ ଆଖି ହରାଇବା ସତ୍ୱେ ସେ ଭବିଷ୍ୟତ ଦେଖିବାର ଇଶ୍ୱରୀୟ ଉପହାର ପାଇଥିବାର ଦାବି କରିଥିଲେ । ଅଗଷ୍ଟ ୧୧ ୧୯୯୬ ରେ ତାଙ୍କର ଦେହାନ୍ତ ଘଟିଥିଲା । ସେ ଅନେକ ଭବିଷ୍ୟବାଣୀ ଛାଡିଯାଇଛନ୍ତି । ଯାହା ମଧ୍ୟରେ ତାଙ୍କର ଏହା ମଧ୍ୟ ବିଶ୍ୱାସ ରହିଥିଲା ଯେ ଦୁନିଆ ୫୦୭୯ରେ ସମାପ୍ତ ହୋଇଯିବ । ସେହି ଭଳି ୨୦୨୪ ପାଇଁ ମଧ୍ୟ ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ କିନ୍ତୁ ଏହା ମଧ୍ୟରୁ କେତେ କଥା ବାସ୍ତବରେ ସତ ହେବ ତାହା କେବଳ ଆଗାମୀ ସମୟରେ ହି ଜଣାପଡିବ ।

Spread the love