ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟରେ ଏକ ବିକଳ୍ପ ସରକାର ଗଠନ ହେବ : ବାବୁ ସିଂ

ଭୁବନେଶ୍ୱର, ତା.୧୮/୧୦: ଭୁବନେଶ୍ୱର ମହାନଗର ନିଗମର ୬୭ୱାର୍ଡ, ୧୧ ପଂଚାୟତକୁ ନେଇ ଗଠିତ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକର ଜିଲ୍ଲା ପ୍ରଭାରୀ ଭୂବନ ମୋହନ ଜେନା, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସାରଦା ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ହିମାଂଶୁ ଛୋଟରାୟ, ଜିଲ୍ଲାର ସମସ୍ତ ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତି, ମୋର୍ଚ୍ଚା ସଭାପତି, କର୍ପୋରେଟର ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।


ପାର୍ଟିର ସଂଗଠନକୁ ତୃଣମୂଳ ସ୍ତରରେ ପହଂଚାଇବା ସହ ଜନଭାଗିଦାରିରେ ଶକ୍ତିଶାଳୀ ସଂଗଠନ ଗଢ଼ି ତୋଳିବାକୁ ଆଜିର ବୈଠକରେ ସଂକଳ୍ପ ନିଆଯାଇଛି । ସଶକ୍ତ ସଂଗଠନ ଆମ ସାମର୍ଥର ପରିଭାଷା । ୨୦୨୪ମସିହା ନିର୍ବାଚନ ଭୁବନେଶ୍ୱର ଜିଲ୍ଲା ବିଜେପି ପାଇଁ ସମର ଶଯ୍ୟା । ରାଜ୍ୟର ଅପାରଗ ନବୀନ ସରକାରର ବିକଳ୍ପଭାବେ ସରକାର ଗଠନ କରିବା ହେଉଛି ମୂଳଲକ୍ଷ୍ୟ ଏବଂ ଏହାର ଶୁଭାରମ୍ଭ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରୁ ଆରମ୍ଭ ହେବ । ଜିଲ୍ଲା ଅନ୍ତର୍ଗତ ୩ଟି ବିଧାନସଭା କ୍ଷେତ୍ରରୁ ୧୫ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତାଙ୍କୁ ସହାୟତାରେ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନର ବିଫଳତାକୁ ଲୋକଙ୍କ ପାଖକୁ ପହଂଚାଯିବାର ନିଷ୍ପତି ନିଆଯାଇଛି । ଆଗାମୀ ୨୦୨୪ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟର ନିଶ୍ଚିତଭାବେ ଏକ ବିକଳ୍ପ ସରକାର ଗଠନ ହେବ ବୋଲି ଶ୍ରୀ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Spread the love