ମହିଳାମାନଙ୍କୁ ଗ୍ୟାସ ବଣ୍ଟନ କଲେ ବିଧାୟକ ବାବୁ ସିଂ

ଭୁବନେଶ୍ୱର,ତା.୧୪/୦୭:ମାତୃଶକ୍ତି ମହାନ ଶକ୍ତି । ମା’ମାନେ ସଶକ୍ତ ହେଲେ ଦେଶ ଆଗକୁ ଜୀବ। ଏକାମ୍ର ନିର୍ବାଚନ ମଣ୍ଡଳୀର ବାସିନ୍ଦା କେହି ନିଜର ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେବେ ନାହିଁ। ସମସ୍ତଙ୍କୁ ସରକାରୀ ସୁବିଧା ଯୋଗାଇଦେବା ମୋର ପ୍ରାଥମିକ କର୍ତ୍ତବ୍ୟ ଅଟେ।ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଙ୍କ କାର୍ଯ୍ୟାଳୟରେ ନୂତନ ଭକ୍ତା କାଡ ପ୍ରଦାନ ସହ ଉଜ୍ଜ୍ୱଳା ଯୋଜନାରୁ ମହିଳାଙ୍କୁ ଗ୍ୟାସ ବଣ୍ଟନ କରି ବକ୍ତବ୍ୟରେ ଏହା କହିଥିଲେ। ସରକାର ୱାର୍ଡ଼ ଓ ପଞ୍ଚାୟତଗୁଡିକର ଉନ୍ନତି ସକାଶେ ବିଭିନ୍ନ ଯୋଜନାରେ ସାମିଲ କରିଛନ୍ତି । ଏହି ଜରିଆରେ ଲୋକେ ଉଚିତ ଶାସନ ବ୍ୟବସ୍ଥା ପାଇପାରିବେ । ତେଣୁ କରି ନିଜର ଅଧିକାର ପ୍ରତି ସଜାଗ ହେବାକୁ ବିଧାୟକ ବାବୁ ସିଂ କହିଥିଲେ। ମା’ମାନଙ୍କ ବିକାଶ ସକାଶେ ଶ୍ରୀ ସିଂ ଗୁରୁତ୍ୱାରୋପ କରିଥିଲେ। ମା’ମାନେ ଆଗେଇଲେ ଦେଶ ଆଗେଇବ ବୋଲି କହିଥିଲେ। ଉଜ୍ଜ୍ୱଳ ଯୋଜନାରେ ମହିଳାଙ୍କୁ ନିଶୁଳ୍କ ଗ୍ୟାସ ସଂଯୋଗ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଟିକୁ ଲିଙ୍ଗରାଜ ମଣ୍ଡଳ ସଭାପତି ଶ୍ରୀ ସୁରେନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ।

Spread the love