ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଦାବୀ କରି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ତରଫରୁ ଖୋର୍ଦ୍ଧା ଜିଲ୍ଲା ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲେ:ବାବୁ ସିଂ

ଭୁବନେଶ୍ୱର : ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷର ରୋଜଗାର ଏବଂ ପରିବାର ଚଳାଇବା, ପିଲାଙ୍କୁ ପାଠ ପଢାଇବା ଇତ୍ୟାଦି ପାଇଁ ଧାନ ବିକ୍ରି କରିବାକୁ ଏହି ସମୟକୁ ଅପେକ୍ଷା କରିଥାଏ । ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ମୋଦୀ ସରକାର ୨୦୧୪ ମସିହାଠାରୁ ପ୍ରତି ବର୍ଷ ନିରନ୍ତର ଭାବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଆସୁଛନ୍ତି ।

ବର୍ତମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କାକୁ ପହଂଚିଲାଣି । ଅନ୍ୟ ପଟେ ରାଜ୍ୟ ସରକାର ପ୍ରତି ମୂହୁର୍ତରେ ଚାଷୀଙ୍କ ମାନସିକତା ଓ ଧର୍ଯ୍ୟକୁ ହତ୍ୟା କରିବା ଲାଗି ଜୋରସୋର ଉଦ୍ୟମ କରୁଛନ୍ତି । ରାଜ୍ୟରେ ବିଳମ୍ବରେ ମଣ୍ଡି ଖୋଲିବାରୁ ବାହାର ରାଜ୍ୟ ମୁହାଁ ଚାଷୀ।

ଉପନିର୍ବାଚନ ପାଇଁ ପଦ୍ମପୁରରେ ୧୫ ଦିନ ପରେ ମଣ୍ଡି ଖୋଲିଲେ। ଉପକୂଳରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇନି, ଚାଷୀ ଦଲାଲକୁ ଧାନ ଦେଉଛନ୍ତି। ଡ୍ରୋନ୍ ସର୍ଭେରେ ୩୫% ଜମି ପଡ଼ିଆ ପଡ଼ିଥିବା ଜଣାପଡ଼ିଛି । MSP ପାଇଁ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉ ଏବଂ ୧୦୦ ଟଙ୍କା ବୋନସ କଥା କହିଥିବା ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଦିଅନ୍ତୁ।

ଟୋକନ୍‌, କଟନୀ-ଛଟନୀ, ସୁତୁଲି-ଅଖା, ଦଲାଲୀରାଜ୍ ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଚାଷୀଟି ନିରୁପାୟ ହୋଇ ଆର୍ଥିକ ଶୋଷଣର ଶିକାର ହେଉଛି। ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଦାବୀ କରି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ବାବୁ ସିଂ ଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବିଜେପି ନେତୃବୃନ୍ଦ ଯାଇ ଖୋର୍ଦ୍ଧା ଜିଲ୍ଲା ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଥିଲେ।

ସେହିପରି ଆସନ୍ତା ୨୨ ରୁ ୨୮ତାରିଖ ପର୍ଯ୍ୟନ୍ତ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ବିଭିନ୍ନ ଅଂଚଳ ମଣ୍ଡି ପରିଦର୍ଶନ କରିବେ । ରାଜ୍ୟ ସରକାର ଚାଷୀକୁଳ ହିତ ପାଇଁ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ ନକରିଲେ ପରବର୍ତୀ ପଦକ୍ଷପେ ସ୍ୱରୁପ ବଡ ଆନ୍ଦୋଳନ କରାଯିବ।
ଆଜିର ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବିଶ୍ୱରଞ୍ଜନ ବଡ଼ଜେନା,ବିଜେପି ନେତା ଦିଲ୍ଲୀପ ବେହେରା,ବିକ୍ରମ ପ୍ରଧାନ,ବସନ୍ତ ନାୟକ,ଅରୁଣ ପୁରହିତ,ଜିତେନ୍ଦ୍ର ମହାନ୍ତି, ସୁଶାନ୍ତ ସାବତ, ଉପେନ୍ଦ୍ର ଭଞ୍ଜ,ସୁରେନ୍ଦ୍ର ପ୍ରଧାନ, ଜଗନ୍ନାଥ ବେହେରା,ମନରଞ୍ଜନ ସ୍ୱାଇଁ,ତୃପ୍ତିମଇ ମକଦ୍ଦମ,ତାପସ ଦଳାଇ, ସୋୟଂଭୁ ପଟ୍ଟନାୟକ,ସଂଗ୍ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love