TMC ରେ ସାମିଲ ହେଲେ ବାବୁଲ ସୁପ୍ରିୟୋ

ପଶ୍ଚିମବଙ୍ଗ ୧୮/୦୯: ରାଜନୀତି ମୈଦାନକୁ ପୁଣିଥରେ କମବ୍ୟାକ୍ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ସେ TMC ରେ ସାମିଲ ହୋଇଛନ୍ତି । ବିଦ୍ଧିବଧ୍ ଭାବେ ସେ ଦଳରେ ସାମିଲ ହୋଇଛନ୍ତି । ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ’ବ୍ରୋଇନଙ୍କ ଉପସ୍ଥିତିରେ ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।ଗତ କିଛି ଦିନି ତଳେ ବିଜେପି ଛାଡିଥିଲେ ବାବୁଲ୍ । କେବଳ ଦଳ ଛାଡିନଥିଲେ ରାଜନୀତିରୁ ସନ୍ୟାସ ନେଇଥିବା ନେଇ ଘୋଷଣା କରିଥିଲେ । ହେଲେ ଏବେ ପୁଣିଥରେ ସେ ରାଜନୀତିକୁ ଫେରିଛନ୍ତି । ଗତ ପଶ୍ଚିମବଙ୍ଗ ନିର୍ବାଚନରେ ସେ ଟୋଲିଗଞ୍ଜରୁ ଆସନରୁ TMCର ଅରୁପ ବିଶ୍ୱାସଙ୍କ ଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲେ ।

Spread the love