ଫ୍ୟାନ୍ସଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ୍‌ କିନ୍ତୁ ଆସିଲେନି ପତ୍ନୀ ତୃପ୍ତି

ଫ୍ୟାନ୍ସଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ୍‌ ମହାନ୍ତି । ଆସିଲେନି ପତ୍ନୀ ତୃପ୍ତି । ହେଲେ ତୃପ୍ତିଙ୍କ ବାପା ଲଳିତ ଶତପଥି ବାବୁସାନଙ୍କ ଘରକୁ ଯାଇଛନ୍ତି । ପତ୍ନୀଙ୍କ ସମ୍ପର୍କରେ ବାବୁ କହିଛନ୍ତି, ମୁଁ ତାଙ୍କ ସହ ସର୍ବଦା ରହିଛି । ତେଣୁ ମୁଁ ମିସ୍‌ କରୁନାହିଁ । ଜନ୍ମଦିନ ଅବସରରେ ବାବୁସାନ ତାଙ୍କ ଅପ୍‌କମିଂ ମୁଭି ଗଜପତିର ପ୍ରମୋସନ୍‌ କରିଛନ୍ତି ।

ଅନ୍ୟପଟେ ଖୁବଶୀଘ୍ର ବାବୁସାନ-ତୃପ୍ତି ପାରିବାରିକ ବିବାଦରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ। ସ୍ୱାମୀ ବାବୁସାନଙ୍କ ବିରୋଧରେ ଦାୟର କରିଥିବା ମାମଲାକୁ ତୃପ୍ତି ଖୁବ ଶୀଘ୍ର ପ୍ରତ୍ୟାହାର କରିବେ ବୋଲି ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବାବୁସାନ୍‌ଙ୍କ ସମ୍ପର୍କୀୟ ମାମୁ ରବି ମିଶ୍ର । ଦୁଇ ପରିବାର ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରିଥିବା ସେ କହିଛନ୍ତି। ସେପଟେ ବାବୁସାନଙ୍କ ଜନ୍ମଦିନ ପାର୍ଟିରେ ମଧ୍ୟ ତୃପ୍ତି ସାମିଲ ହୋଇପାରନ୍ତି ବୋଲି ଜଣାପଡ଼ିଛି। ବରମୁଣ୍ଡା ଜଗନ୍ନାଥବିହାର ବାସଭବନରେ ଆସି ପାରନ୍ତି ତୃପ୍ତି।
Spread the love