ସ୍ତ୍ରୀ ଏବଂ ପୁଅ ସହ ପାଳିବି ଜନ୍ମଦିନ, ତ୍ରିପ୍ତି ନଆସିଲେ ନିଜେ ଯାଇ ଆଣିବି: ବାବୁସାନ

ଭୁବନେଶ୍ଵର: ଅଭିନେତ୍ରୀ ପ୍ରକୃତ ମିଶ୍ରଙ୍କ ସହ ସଂପର୍କକୁ ନେଇ ବିବାଦ ଘେରରେ ଥିବା ଅଲିଉଡ ଅଭିନେତା ବାବୁସାନ ଆସନ୍ତାକାଲି ନିଜର ଜନ୍ମଦିନ ପାଳିବେ। ଜନ୍ମଦିନ ପତ୍ନୀ ତ୍ରିପ୍ତିଙ୍କ ସହ ପାଳିବେ ବୋଲି ଶୁକ୍ରବାର ଗଣମାଧ୍ୟମ ଆଗରେ କହିଛନ୍ତି ବାବୁସାନ। ଶନିବାର ୩୩ ବର୍ଷରେ ପଦାର୍ପଣ କରିବେ ଅଭିନେତା।

ବାବୁସାନ କହିଛନ୍ତି, ବାପା-ବୋଉ, ପୁଅ, ସ୍ତ୍ରୀ ସହ ଜନ୍ମଦିନ ପାଳିବି। ତ୍ରିପ୍ତି ନଆସିଲେ ମୁଁ ଯାଇକି ବୁଝେଇକି ନେଇଆସିବି। ମାମଲାକୁ ନେଇ କହିଛନ୍ତି ପୋଲିସ ଜେରାର ସମ୍ମୁଖୀନ ପରେ ସବୁ ପ୍ରଶ୍ନର ଉତ୍ତର ଦେବି। ନିଜ ନିଜ ଘରକୁ ଯାଇ ସାମ୍ବାଦିକମାନଙ୍କୁ ବିଶ୍ରାମ ନେବାକୁ ସେ ଅନୁରୋଧ କରିଛନ୍ତି।

Spread the love