ଥାନାରେ ହାଜର ହେବେ ବାବୁସାନ୍ ପ୍ରକୃତି, ତୃପ୍ତିଙ୍କ ବିରୋଧରେ ଏହି ସବୁ ଦଫା
ଭୁବନେଶ୍ବର: ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ ହାଇଡ୍ରାମା ଘଟଣାରେ ୭ ଜଣଙ୍କ ବୟାନ ରେକର୍ଡ କଲା ପୋଲିସ । ଦୁଇଟି ମାମଲାରେ ୭ ଜଣଙ୍କ ବୟାନ ରେକର୍ଡ କରିଛି ଖାରବେଳ ନଗର ଥାନା ପୋଲିସ । ବାବୁସାନ୍ଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ କ୍ରମେ ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ ହୋଇଛି । ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କୁ ନୋଟିସ ଜାରି କରାଯାଇଛି । ଓଡିଶା ଆସିଲେ ତୁରନ୍ତ ଥାନାରେ ହାଜର ହୋଇ ପକ୍ଷ ରଖିବା ପାଇଁ କୁହାଯାଇଛି । ଆଉ କିଛି ସମୟ ପରେ ତୃପ୍ତିଙ୍କ ଘରେ ପହଞ୍ଚିବେ ତଦନ୍ତକାରୀ ଅଧିକାରୀ । ଘଟଣାର ବିଭିନ୍ନ ଦିଗକୁ ନେଇ ପଚରାଉଚରା କରିବ ପୋଲିସ । ସେପଟେ ପ୍ରକୃତି ରହୁଥିବା ଗେଷ୍ଟହାଉସର ମାଲିକ, କର୍ମଚାରୀ ଏବଂ ପ୍ରତକ୍ଷଦର୍ଶୀଙ୍କୁ ରାତିରେ ପୋଲିସ ପଚରାଉଚରା କରିଛି । ଗେଷ୍ଟହାଉସ କାହା ନାମରେ ବୁକ୍ ଥିଲା ? କେତେ ଦିନ ହେବ ବୁକ୍ ହୋଇଥିଲା ? କିଏ କିଏ ରହୁଥିଲେ ? ବାବୁସାନ୍ ଏବଂ ପ୍ରକୃତି ମିଶ୍ର କେବେ ଠାରୁ ରହୁଥିଲେ ? ଏସବୁ ଦିଗକୁ ନେଇ ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇବ ପୋଲିସ । ଅନ୍ୟପଟେ ପ୍ରକୃତିଙ୍କ ମା’ କ୍ରିଷ୍ଣାପ୍ରିୟା ମିଶ୍ରଙ୍କ ଅଭିଯୋଗ କ୍ରମେ ମନ୍ମଥ ମିଶ୍ର ଓ କ୍ରିଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ ସରିଛି । ଜାଣନ୍ତୁ କାହା ବିରୁଦ୍ଧରେ ଲାଗିଛି କେଉଁ ଦଫା ? ତୃପ୍ତି ଶତପଥୀ ଏବଂ ବାପା ଲଳିତ ଶତପଥୀଙ୍କ ବିରୋଧରେ ଲାଗିଥିବା ଦଫା