ଭୁବନେଶ୍ୱରରେ ବାବୁସାନ୍‌ ମହାନ୍ତି

ଭୁବନେଶ୍ୱର ୨୭।୦୭ : ଚର୍ଚ୍ଚାରେ ହେଲା ଅନ୍ତ । ମଙ୍ଗଳବାର ରାତିଠୁ ଲାଗିରହିଥିବା କଳ୍ପନାଜଳ୍ପନାରେ ଶେଷ ହୋଇଛି । ଶେଷରେ ଓଡିଶାରେ ପହଞ୍ଚିଛନ୍ତି ବାବୁସାନ ମହାନ୍ତି । ଚେନ୍ନାଇରୁ ଇଣ୍ଡିଗୋ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବାବୁସାନ୍ । ଭୁବନେଶ୍ୱରରେ ଫେରିବା ପରେ ବାପା, ମାଆଙ୍କ ପାଖକୁ ଯିବି ବୋଲି କହିଛନ୍ତି । ବାବୁସାନ୍‌ଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍‌ ଦେଇଛି ପୋଲିସ ।

ଖବର ଅନୁଯାୟୀ, ମଙ୍ଗଳବାର ଚେନ୍ନାଇ ଏୟାରପୋର୍ଟରେ ଦେଖା ଦେଇଥିଲେ ବାବୁସାନ । ଚେନ୍ନାଇ ଏୟାରପୋର୍ଟରେ ବାବୁସାନଙ୍କୁ ଦେଖିଥିଲେ ଯାତ୍ରୀ । ଚେନ୍ନାଇରୁ ଭୁବନେଶ୍ବର ଆସିଲା ଫ୍ଲାଇଟ୍, ହେଲେ ବାବୁସାନଙ୍କର ଦେଖାମିଳିଲାନି । ଫଳରେ ପୁଣି ବାବୁସାନଙ୍କୁ ନେଇ ବଢ଼ିଥିଲା ସସପେନ୍ସ । ମଙ୍ଗଲବାରଠୁ ଦୁଇ ବନ୍ଧୁଙ୍କ ସହ ସେ ଚେନ୍ନାଇ ଏୟାରପୋର୍ଟରେ ବୁଲୁଥିବା ଭିଡିଓରେ ଦେଖାଯାଇଥିଲେ। ଆଉ ଏବେ ମାନେ ଗୋଟିଏ ଦିନ ପରେ ମାନ ବୁଧବାର ଦିନ ସକାଳୁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ ବାବୁସାନ୍‌ । ସେପଟେ ଚେନ୍ନାଇରୁ ଭୁବନେଶ୍ୱର ଆସିବା ପରେ ପ୍ରକୃତିଙ୍କୁ ମଙ୍ଗଳବାର ଜେରା କରିଛି ପୋଲିସ । ପ୍ରାୟ ଏକ ଘଣ୍ଟା ଧରି ପ୍ରକୃତି ମିଶ୍ରଙ୍କୁ ଜେରା କରିଥିଲା ଖାରବେଳନଗର ଥାନା ପୋଲିସ । ଏହି ଜେରା ସମୟରେ ପ୍ରାୟ ୧୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରକୃତି ।

Spread the love