ପ୍ରତ୍ୟାହାର ହେଲା କୃଷି ଆଇନ; ନିରାଶ ହୋଇ ଏମିତି କହିଲେ କଙ୍ଗନା

୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ ଚାଷୀ ସଙ୍ଗଠନରେ ଖୁସିରେ ଝୁମି ଉଠିଛନ୍ତି । ବିରୋଧୀ ମଧ୍ୟ ଚାଷୀଙ୍କ ସହ ଉତ୍ସବ ପାଳିଛନ୍ତି । ଚୀଷୀଙ୍କ ଆନ୍ଦୋଳନର ଜୟ ହୋଇଛି ବୋଲି ବିରୋଧୀ କହୁଛନ୍ତି । କେବଳ ବିରୋଧୀ ରାଜନେତା ନୁହଁନ୍ତି ବରଂ ବଲିଉଡରେ ମଧ୍ୟ ଏହି ଘୋଷଣା ପରେ ଖୁସିର ଲହର ଖେଳିଯାଇଛି । ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ନୂଆ କୃଷି ଆଇନ ପ୍ରତ୍ୟାହାର ପରେ ଖୁସି ବ୍ୟକ୍ତ କରିଛନ୍ତି । ଯେଉଁମାନଙ୍କ ମଧ୍ୟରେ କିଛି ଲୋକପ୍ରିୟ ଚେହେରା ରହିଛନ୍ତି, ଯେପରିକି ସୋନୁ ସୁଦ, ତାପସୀ ପନ୍ନୁ, ରିଚା ଚଢାଙ୍କ ଭଳି କଳାକାର ।

କୃଷି ଆଇନ ପ୍ରତ୍ୟାହାର ପରେ ବଲିଉଡ ଅଭିନେତା ତଥା କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ଭଗବାନ ସାଜିଥିବା ସୋନୁ ସୁଦ୍ ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ସୋନୁ ଟ୍ୱିଟ୍ କରି ଲେଖିଛନ୍ତି, ଚାଷୀ ଏବେ ପୁଣିଥରେ ନିଜର କ୍ଷେତକୁ ଫେରିବେ, ଦେଶର ଚାଷଜମିରେ ପୁଣିଥରେ ଫସଲ ଦିଶିବ । ଏଭଳି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ନିଜର ଦାବି ରଖିଥିବାରୁ ଚାଷୀଙ୍କୁ ମଧ୍ୟ ଧନ୍ୟବାଦ ।  ଏଭଳି ଐତିହାସିକ ନିଷ୍ପତ୍ତି  ଚାଷୀଙ୍କ ପ୍ରକାଶ ପୁରବକୁ ଆହୁରି ଐତିହାସିକ କରିଛି । ଜୟ ଯବାନ, ଜୟ କିଷାନ ।

Spread the love