ଜି-୨୦ ନେତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନୈଶଭୋଜି, ଯୋଗ ଦେଲେ ୧୭୦ ଜଣ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥି

ଜି-୨୦ ନେତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନୈଶଭୋଜି । ସମ୍ମିଳନୀର ପ୍ରଥମ ଦିନରେ ସାମିଲ ହୋଇଥିବା ବିଦେଶୀ ଅତିଥିଙ୍କ ପାଇଁ ଆୟୋଜନ ହୋଇଛି ନୈଶ ଭୋଜି। ନୈଶଭୋଜିରେ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥିଙ୍କୁ ପରସାଯାଉଛି ଶୁଦ୍ଧ ଶାକାହାରୀ ବ୍ୟଞ୍ଜନ। ଭାରତ ମଣ୍ଡପମ୍ ର ଲେବଲ ୩ରେ ଡିନରର ଆୟୋଜନ କରାଯାଇଛି।

ବିଦେଶୀ ନେତା ଏବଂ ପ୍ରତିନିଧିମଣ୍ଡଳୀ ମୁଖ୍ୟଙ୍କ ବ୍ୟତୀତ ୧୭୦ ଜଣ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥି ଅଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ନୈଶଭୋଜିକୁ ନିମନ୍ତ୍ରଣ କରାଯାଇଛି। ଉପରାଷ୍ଟ୍ରପତି ଓ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଛି। ନୈଶଭୋଜି ପାଇଁ ଅତିଥିମାନେ ଆସି ପହଞ୍ଚିବାରେ ଲାଗିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିମାନଙ୍କୁ ସ୍ବାଗତ କରୁଛନ୍ତି । ଡିନରରେ ସମସ୍ତ ଖାଦ୍ୟ ମାଣ୍ଡିଆରୁ ପ୍ରସ୍ତୁତ କରାଯାଇଛି। ପଞ୍ଚତାରକା ହୋଟେଲର ପ୍ରାୟ ଅଢେଇ ହଜାର ସେଫ୍ ଏହାକୁ ପ୍ରସ୍ତୁତ କରାଯାଇଛି। ଡିନର ଭେନ୍ୟୁରେ ସଂଗୀତ ପରିବେଷଣ କରାଯାଇଛି। ପୁରା ହଲ୍ କୁ ଫୁଲରେ ସଜ୍ଜିତ କରାଯାଇଛି।

Spread the love