ଚାଲିଗଲେ ୟୁ.ଏନ କଲେଜର ବଡ଼ବାବୁ…

ସୋର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ ଘାସୁଆ ଗାଁର ଶିକ୍ଷାଗୁରୁ ଉପେନ୍ଦ୍ର ପ୍ରଧାନଙ୍କ ନାତି ତଥା ୟୁ. ଏନ କଲେଜର ବରିଷ୍ଠ କିରାଣୀ ଶରତଚନ୍ଦ୍ର ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଦୀର୍ଘ ଦିନରୁ ଶ୍ୱାସ ରୋଗରେ ପୀଡିତ ଥିଲେ । ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 70ବର୍ଷ ହୋଇଥିଲା । ଶେଷ ନିଶ୍ୱାସ ତ୍ୟାଗ କଲାବେଳେ ତାଙ୍କର ୩ପୁଅ, ୩ବୋହୂ, ବଡ଼ଭାଇ ବସନ୍ତ ପ୍ରଧାନ ଓ ସାନଭାଇ ପ୍ରଭାତ ପ୍ରଧାନ, ପତ୍ନୀ ଜୟନ୍ତୀ ପ୍ରଧାନ, ଭାଇବୋହୂ ସ୍ନେହଲତା ପ୍ରଧାନ, ଭାଉଜ ସୁକାନ୍ତୀ ପ୍ରଧାନ, ଝିଅ, ନାତି, ନାତୁଣୀ ଓ ଭଉଣୀମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଛେଳି ଯାଇଛି ।

ସୂଚନା ଥାଉକି, ବରିଷ୍ଠ କିରାଣୀ ଶରତ ଚନ୍ଦ୍ର ପ୍ରଧାନ ଅବସର ପରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ଧର୍ମାନୁଷ୍ଠାନ ତିଆରି କରିଛନ୍ତି. ତାଙ୍କର ମୃତୁରେ ଘାସୁଆ ଗାଁ ସମେତ ସୋର ୟୁ ଏନ କଲେଜର ଛାତ୍ର ଛାତ୍ରୀ ସମେତ କଲେଜର କର୍ମକର୍ତା ଦୁଃଖରେ ଭାଙ୍ଗି ପଢ଼ିଛନ୍ତି. ତାଙ୍କର ପରଲୋକରେ ଶୋକର ଛାୟା ଖେଳି ଯାଇଛି.

Spread the love