ପୁରୀ ବେଳାଭୂମିରେ ସର୍ବବୃହତ ସାନ୍ତାକ୍ଲଜ୍

ପୁରୀ, ୨୫/୧୨: ବଡଦିନ ଉପଲକ୍ଷେ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱର ସର୍ବବୃହତ୍‌ ସାନ୍ତାକ୍ଳଜ୍‌ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ୫୪୦୦ ଲାଲ ଗୋଲାପ ଆଉ ଧଳା ଫୁଲ ଲାଗିଛି । ବଡ଼ଦିନକୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ପାଳନ କରିବାକୁ ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,  ଲାଲ ଗୋଲାପ ଫୁଲ ସଜ୍ଜିତ ସାନ୍ତାକ୍ଳଜ୍‌ ବର୍ତ୍ତମାନ ସୁଦ୍ଧା ବିଶ୍ୱର ନିର୍ମାଣ ହୋଇଥିବା ସର୍ବବୃହତ ବାଲୁକାକଳା । ଏହା ୫୦ ଫୁଟ ଲମ୍ବା । ଏହାର ଓସାର ୨୮ ଫୁଟ୍‌  । ଏହି ବାଲୁକା କଳାରେ ସୁଦର୍ଶନ ବାଲୁକା କଳା ପ୍ରତିଷ୍ଠାନର କଳାକାରମାନେ ସହଯୋଗ କରିଥିଲେ ।

ଏହି କଳା ବିଶ୍ୱ ରେକର୍ଡ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଛନ୍ତି ସୁଦର୍ଶନ । କୋଭିଡ୍‌ କଟକଣା ମାନି ବଡ଼ଦିନ ପାଳନ କରିବାକୁ ସାନ୍ତାକ୍ଳଜଙ୍କ ବାର୍ତ୍ତା ଲୋକଙ୍କୁ ପ୍ରଭାବିତ କରିବ ବୋଲି ମଧ୍ୟ ସେ କରିଛନ୍ତି ।

Spread the love