ବଦ୍ରିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ପରିବାର ପକ୍ଷରୁ ଦିଆଗଲା ସୂଚନା

ଆନନ୍ଦପୁର, ୧୨|୧୨: ହୃଦରୋଗ ଜନିତ ସମସ୍ୟାରେ ଗୁରୁତର ହୋଇ ପ୍ରଥମେ ଭୂବନେଶ୍ବରର ଏକ ଘରୋଇ ମେଡିକାଲ ଭର୍ତ୍ତି ହୋଇଥିଲେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ।

ତାଙ୍କର ଦୁଇଟି ଆଟେରିରେ ବ୍ଲକେଜ୍ ଯୋଗଁ ଅପରେସନ ମାଧ୍ୟମରେ ସେଠାରେ ଷ୍ଟେନ୍ ଲଗାଯାଇଥିଲା । ମାତ୍ର ପରେ ଇଣ୍ଟରନାଲ୍ ବ୍ଲିଡିଂ ଯୋଗୁଁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଭୂବନେଶ୍ବରରୁ ହାଇଦ୍ରାବାଦକୁ ସ୍ଥନାନ୍ତର କରାଯାଇଥିଲା ।

ଶନିବାର  ସଂନ୍ଧ୍ୟାରେ ହାଇଦ୍ରାବାଦ ସ୍ତିତ AGS Hospital  ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି ।  ତେବେ ବର୍ତମାନ ତାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ଥିବା ପରିବାର ସୂତ୍ରରୁ ଜଣାପଡିଛି । ହାଇଦ୍ରାବାଦ ଠାରେ ତାଙ୍କ ନିକଟରେ ଧର୍ମପତ୍ନୀ ସ୍ବର୍ଣ୍ଣପ୍ରଭା , ସାନ ପୂଅ ପ୍ରିୟ ଦର୍ଶି  ଓ ମଝିଆ ପୁଅ ଦେବପ୍ରିୟ  ପାତ୍ର  ରହିଛନ୍ତି ।

Spread the love