ବଧୂ ହତ୍ୟା ଅଭିଯୋଗରୁ ଶାଶୂ ନିର୍ଦ୍ଦୋଷରେ ଖଲାସ

୨୦୧୬ ମସିହା ଅଗଷ୍ଟ ମାସରେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଢୁଣିଆ ଗ୍ରାମରେ ନବବଧୂକୁ କିରୋସିନି ଢାଳି ନିଆଁରେ ପୋଡି ହତ୍ୟା କରାଯାଇଥିଲା । ଏହି ଅଭିଯୋଗରେ ଶାଶୂ ଗୁରୁବାରୀ ନାଏକ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ସ୍ୱାମୀ ରଥ ନାଏକକୁ ଆଜୀବନ କାରାଦଣ୍ଡ ଓ ଦଶ ହଜାର ଟଙ୍କାର ଜରିମାନା ଅନାଦେୟ ଛଅ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ।

୧୩ ଜଣ ସାକ୍ଷ-ପ୍ରମାଣ ସହିତ ମୃତକଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀକୁ ଆଧାର କରି ଏହି ରାୟ ଆଜି ପ୍ରକାଶ ପାଇଛି । ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାମଚନ୍ଦ୍ର ସାହୁ ମକଦ୍ଦମା ପରିଚାଳନା କରୁଥିଲେ ।

Spread the love