ବୋହୂର ମୃତ୍ୟୁ ପରେ ସ୍ୱାମୀ, ଶାଶୂ- ଶ୍ୱଶୁର ଫେରାର

କେନ୍ଦ୍ରାପଡା ୦୭/୦୮: ବୋହୂକୁ ମାରିଦେଲେ ! କେନ୍ଦ୍ରାପଡ଼ା ଜିଲ୍ଲା ସଦରଥାନା ଅନ୍ତର୍ଗତ ଚାନ୍ଦୋଳ ଅନ୍ତପୁର ଗ୍ରାମରେ ବଧୂ ହତ୍ୟା ଅଭିଯୋଗ ହୋଇଛିl ସୂଚନାନୁସାରେ, ଗାଁର ଶଙ୍କର ମଲିକଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କ ମୃତଦେହ ଶାଶୂ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲାl ଏ ନେଇ ସସ୍ମିତାଙ୍କ ଶ୍ୱଶୁର ବୋହୂର  ବାପାଙ୍କୁ ଖବର ଦେଇଥିଲେ । ବାପାଘର ଲୋକ ପହଁଚି ଝିଅ ମରି ପଡିଥିବା ଦେଖିବାକୁ ପାଇଥିଲେ l

ଝିଅ ସସ୍ମିତାଙ୍କୁ  ଜ୍ୱାଇଁ ଶଙ୍କର ମଲ୍ଲିକ ହତ୍ୟା କରିଥିବା ଝିଅର ବାପା  ଅଭିଯୋଗ କରିଛନ୍ତିl ଏ ନେଇ ଚାନ୍ଦୋଳ ଫାଣ୍ଡିରେ ଏତଲା ଦିଆଯାଇଛି l ମୃତ ସସ୍ମିତାଙ୍କ ଶଶୂର ରବୀନ୍ଦ୍ର ମଲ୍ଲିକ, ସ୍ୱାମୀ ଶଙ୍କର ମଲ୍ଲିକ, ଓ ଶାଶୂ ଅନିତା ମଲ୍ଲିକ ଫେରାର ହୋଇଯାଇଥିବା ଜଣାପଡିଛି ।

Spread the love