ବନ୍ଧ୍ୟାକରଣ, ଗର୍ଭନିରୋଧକ ଔଷଧ ପରେ ବି ବାରମ୍ବାର ଗର୍ଭବତୀ ହେଉଛନ୍ତି ମହିଳା, ଡାକ୍ତର ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଅନେକ ମହିଳା ଗର୍ଭବତୀ ହୋଇ ନପାରିବାରୁ ଚିନ୍ତାରେ ରହୁଛନ୍ତି । କିନ୍ତୁ ବ୍ରିଟେନ୍‌ର ଜଣେ ୩୯ ବର୍ଷୀୟା ମହିଳା କେଟ ହର୍ମନ ବାରମ୍ବାର ପ୍ରେଗ୍‌ନେଣ୍ଟ ହୋଇ ହଇରାଣରେ ପଡ଼ିଛନ୍ତି। କାରଣ ଅନେକ ପ୍ରକାର ସତର୍କତା ଅବଲମ୍ବନ କରିବା ସତ୍ବେ ସେ ଗର୍ଭବତୀ ହେଉଛନ୍ତି।

ବର୍ଥ କଂଟ୍ରୋଲ ପିଲ୍ସ କାମ କରୁନି

ୟୁକେର କେଟ ହର୍ମନ ଦାବି କରିଛନ୍ତି ଯେ ଗର୍ଭ ନିରୋଧକ ଔଷଧ ଖାଇବା ପରେ ମଧ୍ୟ ୫ ପିଲାର ମା ପୁଣି ୩ ଥର ଗର୍ଭବତୀ ହୋଇଛନ୍ତି ।  କେବଳ ସେତିକି ନୁହେଁ କେଟଙ୍କ ସ୍ବାମୀ ବନ୍ଧ୍ୟାକରଣ କରାଇଥିଲେ ମଧ୍ୟ ସେ ଗର୍ଭବତୀ ହୋଇଥିଲେ। ୨୦୧୫ରେ କେଟଙ୍କ ସ୍ବାମୀଙ୍କ ଏହି ଫର୍ମୁଲା କାର୍ଯ୍ୟ କରିନଥିଲା ।

ପ୍ରଥମ ପିଲା ପରଠୁ ସତର୍କ କିନ୍ତୁ ଫଳ ଶୂନ

ଦ ମିରର ରିପୋର୍ଟ ଅନୁସାରେ, କେଟଙ୍କ ବଡ଼ ପୁଅର ବୟସ ୨୦ ବର୍ଷ। ସବୁଠୁ ଛୋଟ ପୁଅର ବୟସ ୨ । ପ୍ରଥମେ ପୁଅ ଜନ୍ମ ନେବା ପରେ କେଟ ଗର୍ଭନିରୋଧକ ପିଲ୍ ଖାଉଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। ନିଜର ଦ୍ବିତୀୟ ଏବଂ ତୃତୀୟ ପ୍ରସବ ପୂର୍ବରୁ ପିଲ୍ସ ଖାଇଥିଲେ କେଟ୍‌ । ତଥାପି ସେ ମା ହୋଇଥିଲେ। ଏବେ ଏହି ଦୁଇ ପିଲା ୧୪ ଏବଂ ୮ ବର୍ଷର ହୋଇସାରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କେଟଙ୍କ ସ୍ବାମୀଙ୍କ ବନ୍ଧ୍ୟାକରଣ କରିବା ପରେ ମଧ୍ୟ ତାଙ୍କର ସ୍ପର୍ମ କାଉଣ୍ଟ ୯୯.୯ ପ୍ରତିଶତ ପ୍ରଭାବଶାଳୀ ଥିଲା ବୋଲି ଡାକ୍ତର କହିଛନ୍ତି। କିନ୍ତୁ କେଟ ଏବେ ସବୁ ପ୍ରୟାସ ଛାଡ଼ି ଯାହା ହେଉଛି ହେଉ ବୋଲି କହିଛନ୍ତି।

Spread the love