ବାହାନଗା ରେଳ ଦୁର୍ଘଟଣାର ବଡ ଖୋଲାସା ; ପୁର୍ବତ୍ତଟ ରେଳବାଇ ଡିଏମଆର କହିଲେ- ‘ଜାଣିଶୁଣି ସିଷ୍ଟମକୁ କ୍ଷତି ପହଞ୍ଚାଯାଇଛି

ବାଲେଶ୍ୱର ବାହାନଗାରେ ଘଟିଥିବା କରମଣ୍ଡଳ ରେଳ ଦୁର୍ଘଟଣାକୁ ନେଇ ଆସିଛି ବଡ଼ ଖବର। ଇଣ୍ଟର ଲକି ସିଷ୍ଟ ବିଫଳତା କାରଣରୁ ଏତେବଡ଼ ଦୁର୍ଘଟଣା ଘଟିଥିବା ଗତକାଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ସୂଚନା ଦେଇଥିଲେ। ଏହାରି ମଧ୍ୟରେ ଇଣ୍ଟର ଲକିଂ ସିଷ୍ଟମକୁ ଜାଣିଶୁଣି କ୍ଷତି ପହଞ୍ଚାଯାଇଛି ବୋଲି କହିଛନ୍ତି ପୁର୍ବତ୍ତଟ ରେଳବାଇ ଡିଏମଆର କହିଛନ୍ତି। ସେ କହିଛନ୍ତି ଯେ, ଡାଟା ଲକର ଅନୁସାରେ ସିଗନାଲ ଗ୍ରୀନ ଥିଲା । ତେଣୂ ଏହା ଏକ ସାଧାରଣ ଦୁର୍ଘଟଣା ନୁହେଁ । ଏହା ପଛରେ କିଛି ଉଦେଶ୍ୟ ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ, କେହି ଜାଣିଶୁଣି ସିଗନାଲ ସିଷ୍ଟମରେ ହାତ ମାରିଛି । ଉଦେଶ୍ୟମୂଳକ ଭାବେ ପରି ନକଲେ ସିଗନାଲ ଗ୍ରୀନ ହେବନି । ବର୍ତ୍ତମାନ ପୁର୍ବତ୍ତଟ ରେଳବାଇ ଡିଏମଆରଙ୍କ ଏହି ବୟାନ କରମଣ୍ଡଳ ଦୁର୍ଘଟଣାକୁ ଆହୁରୁ ସାଂଘାତିକ କରି ଦେଇଛି । ଆଉ ପ୍ରଶ୍ନ ଉଠିଛି ସତରେ କଣ ଏତେ ବଡ଼ ଦୁର୍ଘଟଣା ପଛରେ ରହିଥିଲା କାହାର ବଡ଼ ଷଡ଼ଯନ୍ତ୍ର । ଯେଉଁଥି ପାଇଁ ଚାଲିଗଲା ୨୭୫ ଜୀବନ ଆଉ ଶହ ଶହ ଲୋକେ ନିଜର ପ୍ରୀୟଜନଙ୍କୁ ହରାଇଲେ ।

Spread the love