କିଡ୍‌ନୀ, ମଧୁମେହ ସମେତ ଏହି ରୋଗ ଦୂର କରିବାରେ ଲାଭକାରୀ ହୋଇଥାଏ ବାଇଗଣ ପତ୍ର

ଭାରତୀୟ ବ୍ୟଞ୍ଜନରେ ବାଇଗଣର ସ୍ୱତନ୍ତ୍ର ସ୍ଥାନ ରହିଛି। ବାଇଗଣ ଭର୍ତ୍ତା ହେଉ କି ମସଲା ବାଇଗଣ, ଡାଲମା ହେଉ କି ଭଜା, ପ୍ରତି ଘରେ ଏହି ରେସିପି ସବୁ ପ୍ରସ୍ତୁତ କରାଯାଇ ସେବନ କରାଯାଇଥାଏ। କିନ୍ତୁ ଆମେ ସମସ୍ତେ ବାଇଗଣ ସେବନ କରୁଥିବା ବେଳେ ପତ୍ରକୁ ସେମିତି ହିଁ ଛାଡ଼ି ଦେଉଥାଉ। ତେଣୁ ଆଜି ଆମେ ଆପଣଙ୍କୁ ବାଇଗଣ ପତ୍ରର ଫାଇଦା ବିଷୟରେ ଜଣାଇବାକୁ ଯାଉଛୁ।

କିଡ୍‌ନୀକୁ ସଫା ରଖିଥାଏ: ବାଇଗଣ ପତ୍ର କିଡ୍‌ନୀ ପାଇଁ ଡିଟକ୍ସିଫାୟରର କାମ କରିଥାଏ। ଏହା ନ୍ୟାଚୁରାଲ ଉପାୟରେ କିଡ୍‌ନୀକୁ ସଫା କରିବାରେ ସାହାଯ୍ୟ କରିଥାଏ। ଆପଣ ଅଳ୍ପ ପାଣିରେ ୫-୬ଟି ବାଇଗଣ ପତ୍ର ସିଝାଇ ତାହାକୁ ସେବନ କରି ପାରିବେ। ଅତି କମ୍‌ରେ ଦିନକୁ ୩ ଥର ଏହାକୁ ସେବନ କଲେ ଲାଭ ମିଳିପାରିବ।

ଗୋଡ଼ହାତ ଫୁଲାକୁ କମ୍‌ କରିଥାଏ: କେତେକ ଲୋକ କ୍ୟାନସର ଯୋଗୁ ଗୋଡ଼ହାତ ଫୁଲା ସମସ୍ୟାରେ ପୀଡ଼ିତ ଥାଆନ୍ତି। ଯଦି ଆପଣ ବାଇଗଣ ପତ୍ର ସେବନ କରିବେ, ତ ଏଥିରୁ ଆରାମ ପାଇପାରିବେ। କାହିଁକିନା, ଏହି ପତ୍ରରେ ଫାଇଟୋକେମିକାଲ୍ସ ମହଜୁଦ ରହିଥାଏ, ଯାହାକି ଫୁଲା ସମସ୍ୟାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

ରକ୍ତ ଅଭାବକୁ ଦୂର କରିଥାଏ: ବାଇଗଣ ପତ୍ର ଏନିମିଆରେ ପୀଡ଼ିତ ଲୋକଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ। ଏହି ପତ୍ରକୁ ସେବନ କଲେ ଏହା ଶରୀରରେ ରକ୍ତ ଅଭାବଜନିତ ସମସ୍ୟାକୁ ଦୂର କରି ଦେଇଥାଏ।

ସୁଗାର ଲେବଲ କଣ୍ଟ୍ରୋଲରେ ରଖିଥାଏ: ଯଦି ଆପଣ ମଧୁମେହ ସମସ୍ୟାରେ ପୀଡ଼ିତ, ତ ଆପଣଙ୍କୁ ଧଳା ବାଇଗଣ ପତ୍ର ଅବଶ୍ୟ ସେବନ କରିବା ଉଚିତ। ଏଥିରେ ଫାଇବର ଏବଂ ମ୍ୟାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ରହିଛି, ଯାହାକି ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରିତ ରଖିଥାଏ।

କୋଲେଷ୍ଟେରୋଲ୍‌ ସ୍ତରକୁ କମ୍‌ କରିଥାଏ: ଯଦି ଆପଣ ବାଇଗଣ ପତ୍ରକୁ ସେବନ କରିବେ, ତ ଏହା ଆପଣଙ୍କର ବଢ଼ି ଯାଇଥିବା କୋଲେଷ୍ଟେରୋଲ୍‌କୁ କମ୍‌ କରିବାରେ ସାହାଯ୍ୟ କରି ପାରିବ। ଯଦି କୋଲେଷ୍ଟେରୋଲ୍‌ କମ୍‌ ହେବ, ତ ଏଥିରେ ଆପଣଙ୍କ ଓଜନ କମ୍‌ ହେବାରେ ବି ସାହାଯ୍ୟ ମିଳି ପାରିବ।

Spread the love