କେନ୍ଦ୍ରାପଡ଼ାର ପ୍ରଭାବିତ ଅଞ୍ଚଳ ବୁଲିଲେ ବୈଜୟନ୍ତ ପଣ୍ଡା

ବାତ୍ୟା ଅମ୍ପନର ପରବର୍ତ୍ତୀ ସ୍ଥିତି ପରଖିବା ଲାଗି  ବୈଜୟନ୍ତ ପଣ୍ଡା ଆଜି କେନ୍ଦ୍ରାପଡ଼ାର ପ୍ରଭାବିତ ଅଞ୍ଚଳକୁ ଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ରାଜନଗର ବ୍ଲକ ଇଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମ ଗ୍ରାମ ବୁଲି ଦେଖିଛନ୍ତି। ସେଠାରେ ବାତ୍ୟା ପର ସ୍ଥିତିର ସମୀକ୍ଷା କରିବା ସାଙ୍ଗକୁ ବିପନ୍ନଙ୍କ ବିଷୟରେ ପଚାରି ବୁଝିଛନ୍ତି।ଆଜି କେନ୍ଦ୍ରାପଡ଼ାର ବିଭିନ୍ନ Cyclone Amphan ପ୍ରଭାବିତ ଅଞ୍ଚଳକୁ ଯାଉଥିବା ପରିପ୍ରେକ୍ଷୀରେ କଟକ-କେନ୍ଦ୍ରାପଡ଼ା ରୋଡର ତିନିମୁହାଣି ଛକଠାରେ କିଛି ସମୟ ପାଇଁ ଅଟକି ଲୋକଙ୍କ ସହ କଥା ହୋଇଛନ୍ତି।

ବାତ୍ୟାର ପ୍ରଭାବ, ଏହାର ପରବର୍ତ୍ତୀ ସ୍ଥିତି ଓ ଲୋକଙ୍କ ଅସୁବିଧା ସମ୍ପର୍କରେ ସେ ପଚାରି ବୁଝିଛନ୍ତି। ରାଜନଗରର ପୁରୁଷୋତ୍ତମ ଗ୍ରାମ ବୁଲି ଲୋକଙ୍କ ସହ କଥା ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଦେଖା କରିଛନ୍ତି। ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକର ସ୍ଥିତି, କ୍ଷୟକ୍ଷତି ଓ ବିପନ୍ନଙ୍କ ବିଷୟରେ ସେ ଆଲୋଚନା କରିଛନ୍ତି। ବିପନ୍ନଙ୍କୁ ସହାୟତା ପ୍ରଦାନ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କୁ ସହଯୋଗ କରାଯିବ ବୋଲି ସେ କହିଛନ୍ତି।ଗତକାଲି ଦିନସାରା ଫୋନରେ ବାତ୍ୟା ଅମ୍ପନ ସ୍ଥିତି ଉପରେ ଦୃଷ୍ଟି ରଖିବା ପରେ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳକୁ ଯାଇଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସେ ସେଠାରେ କ୍ଷୟକ୍ଷତିର ଆକଳନ କରିବେ ଏବଂ ବାତ୍ୟା ପରବର୍ତ୍ତୀ ସହାୟତା ଯୋଗାଣରେ ସହଯୋଗ କରିବେ।

ଅନ୍ୟପଟେ ଓଡ଼ିଶା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ବାଲେଶ୍ୱର ଓ ଭଦ୍ରକର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ବୋଲି ଶ୍ରୀଯୁକ୍ତ ପଣ୍ଡା ସୂଚନା ଦେଇଛନ୍ତି।

Spread the love