ଆସାମରେ ବୈଜୟନ୍ତଙ୍କ ସଫଳ ଗୋଟିଚାଳନା; ମ୍ୟୁନିସିପାଲଟି ବୋର୍ଡ ଗଠନ କରିବ ବିଜେପି

ବରିଷ୍ଠ ବିଜେପି ନେତା ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ଓ ଦିଲ୍ଲୀ ପ୍ରଦେଶ ପ୍ରଭାରୀ  ବୈଜୟନ୍ତ ପଣ୍ଡାଙ୍କ ସଫଳ ଋଣନୀତି ଓ ଗୋଟି ଚାଳନାଯୋଗୁଁ ଆସାମରେ ହୋଇଥିବା ୮୦ଟି ମ୍ୟୁନିସିପାଲଟି ବୋର୍ଡ ନିର୍ବାଚନରେ ବିଜେପି ୭୭ ମ୍ୟୁନିସିପାଲଟି ବୋର୍ଡ ଗଠନ କରିବାକୁ ଯାଉଛି। ଆନ୍ତର୍ଜାତୀୟ ତଥା ଜାତୀୟ ରାଜନୀତି ଦୃଷ୍ଟିରୁ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମରେ ବିଧାନସଭା ନିର୍ବାଚନ ରାୟର ପୁନରାବୃତ୍ତି ଘଟିଛି। ବିଧାନସଭା ନିର୍ବାଚନକୁ ଯେଉଁ ଢଙ୍ଗରେ ଶ୍ରୀଯୁକ୍ତ ପଣ୍ଡା ଜୟଯୁକ୍ତରେ ପରିଣତ କରିଥିଲେ ସେଇ ସମାନ ଢଙ୍ଗରେ ସହରାଞ୍ଚଳର ସଚେତନ ଭୋଟର ମାନଙ୍କୁ ଚଳିତ ପୌର ନିର୍ବାଚନରେ ଆକର୍ଷିତ କରିବା ଜାତୀୟ ତଥା ବିଜେପି ରାଜନୀତି ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବିରୋଧିମାନେ ସ୍ବୀକାର କରିବାପାଇଁ ବାଧ୍ୟ ହୋଇଛନ୍ତି।ବୈଜୟନ୍ତଙ୍କ ପରାମର୍ଶରେ ଶାସକଦଳ ରାଜ୍ୟର ସଚେତନ ଭୋଟରମାନଙ୍କ ଆସ୍ଥା ଭାଜିତ ହେବାସହ ଦଳକୁ ଏକତରଫା ବିଜୟ କରିବା ନିର୍ବାଚନ ଫଳାଫଳରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର-ପୂର୍ବାଞ୍ଚଳରେ ପୂର୍ବୋଦୟ ଆକାକ୍ଷାଂକୁ ପ୍ରତିପାଦିତ କରିଛି। ୨୪ଟି ଜିଲ୍ଲାରେ ୯୭୭ ୱାର୍ଡରେ ୮୦ଟି ମ୍ୟୁନିସିପାଲଟି ବୋର୍ଡ ନିର୍ବାଚନରେ ବିଜେପି ୭୭ ମ୍ୟୁନିସିପାଲଟି ବୋର୍ଡ ଗଠନ କରିବାକୁ ଯାଉଥିବାବେଳେ କଂଗ୍ରେସ ମାତ୍ର ଗୋଟିଏ ଓ ସ୍ବାଧୀନ ଦୁଇଟି ବୋର୍ଡ ଗଠନ କରିବାକୁ ଯାଉଛି। ବିଜେପିର ବିପୁଳ ବିଜୟପରେ ଶ୍ରୀଯୁକ୍ତ ପଣ୍ଡା ଆସାମର ଜନସାଧାରଣଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶ ତଥା ଆସାମ ଓ ଉତ୍ତର-ପୂର୍ବାଞ୍ଚଳର ବିକାଶ ପ୍ରତ୍ରି ସ୍ବତନ୍ତ୍ର ଗୁରୁତ୍ବକୁ ଭରଷା କରୁଛନ୍ତି ବୋଲି କହିଛନ୍ତି। ଯେଉଁ ଅଞ୍ଚଳରେ ବିଜେପିର ଶାସନ ନଥିଲା ସେଠି ମଧ୍ୟ ଆଗାମୀ ଦିନ ମାନଙ୍କରେ ବିଜେପି ସଫଳତା ହାସଲ କରିବ ବୋଲି ଶ୍ରୀ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Spread the love