ମଙ୍ଗଳବାର ଦିନ କରନ୍ତୁ ବଜରଙ୍ଗ ବାଣର ପାଠ

ମଙ୍ଗଳବାର ଦିନ ମଧ୍ୟ ବଜରଙ୍ଗ ବାଣ ପାଠ କଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଜୀବନରେ ସୁଖ ଓ ଶାନ୍ତି ଭରିଯିବ । ତେବେ ଆସନ୍ତୁ ଜାଣିବା ଏହାକୁ ସଠିକ ଭାବରେ କେମିତି ପାଠ କରିବେ ।

ଏହି ବିଧିରେ କରନ୍ତୁ ବଜରଙ୍ଗ ବାଣର ପାଠ :

ମଙ୍ଗଳବାର ସକାଳୁ ସ୍ନାନ ଆଦି କରିବା ପରେ ସଫା ବସ୍ତ୍ର ପିନ୍ଧି ଗୋଟେ ନାଲି କପଡାରେ ହନୁମାନଙ୍କର ଗୋଟେ ମୂର୍ତ୍ତି ବା ଫୋଟୋ ସ୍ଥାପନା କରନ୍ତୁ

ହନୁମାନଙ୍କୁ ଅବିର, ସିନ୍ଦୁର, ଆଦି ଅର୍ପଣ କରନ୍ତୁ ଏବଂ ନାଲି ଫୁଲ ମଧ୍ୟ ଚଢାନ୍ତୁ । ଶୁଦ୍ଧ ଗାଈ ଘିଅର ଦୀପ ଜଳାନ୍ତୁ ଯାହା ଶେଷ ପର୍ଯ୍ୟନ୍ତ ଜଳିବ ।

ଘରେ ନିଜେ ଶୁଦ୍ଧପୂତ ଭାବେ ବନେଇଥିବା ଭୋଗ ଲଗାନ୍ତୁ, ଯଦି ସମ୍ଭବ ନ ହୁଏ କିଛି ପ୍ରସ୍ତୁତ କରିବା ପାଇଁ ତେବେ ଗୁଡ ଓ ଚଣାର ଭୋଗ ବି ଲଗାଇ ପାରିବେ ।

ଏହା ପରେ ବଜରଙ୍ଗ ବାଣର ପାଠ କରିବା ଆରମ୍ଭ କରନ୍ତୁ । ପାଠ ସମାପ୍ତ ହେବା ପରେ ହନୁମାନଙ୍କ ପ୍ରକାହରେ ସବୁ କଷ୍ଟ ଦୂର କରିବା ପାଇଁ ପାର୍ଥନା କରନ୍ତୁ ।

ଯେଉଁ ଘରେ ବଜରଙ୍ଗ ବାଣର ପଠନ ହୁଏ ସେଠି ନାକାରାତ୍ମକ ଊର୍ଜା ବାସ କରିପାରେ ନାହିଁ । ଏବଂ ସର୍ବଦା ସକାରାତ୍ମକ ଊର୍ଜା ରହିଥାଏ ।

ତେବେ ଯଦି ଆପଣ ଏହି ସବୁ ବିଧୂ ଅପଣାଇ ପୂଜା କରିଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ ଓ ସୁଖ ସମୃଦ୍ଧି ବିରାଜମାନ କରିବ ।

Spread the love