ବଜରଙ୍ଗନଗର ନାଗରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୫ ହଜାର ୧୦୦ ଟଙ୍କା ପ୍ରଦାନ

ଭୁବନେଶ୍ୱର, ୧୩/୦୬: ଶୁକ୍ରବାର ଝାରପଡ଼ାର ବଜରଙ୍ଗନଗର ନାଗରିକ ସଂଘ ପକ୍ଷରୁ କୋଭିଡ୍‌-୧୯ ସଂକ୍ରମଣର  ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୫ ହଜାର ୧୦୦ ଟଙ୍କା ପ୍ରଦାନ କରାଯାଇଛି ।  ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ନିମନ୍ତେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଚେକ୍‌ ଆକାରରେ  ଏହି ଅର୍ଥ ବଜରଙ୍ଗନଗର ନାଗରିକ ସଂଘର ସଂପାଦକଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।

ସଂଘ  ତରଫରୁ ଏସ୍‌ଏଲ୍‌ବିସି, ଓଡ଼ିଶାର ସହକାରୀ ମହାପ୍ରବନ୍ଧକ ଶ୍ରୀ ଲଲାଟେନ୍ଦୁ ବେହେରା ଓ ୟୁକୋ  ବ୍ୟାଙ୍କ ଜୋନାଲ୍‌ କାର୍ଯ୍ୟାଳୟର ପ୍ରବନ୍ଧକ ଶ୍ରୀ କିଶୋର କୁମାର କାନୁନ୍‌ଗୋ ବାଚସ୍ପତିଙ୍କୁ ତାଙ୍କ  ବିଧାନସଭାସ୍ଥ ପ୍ରକୋଷ୍ଠରେ ସାକ୍ଷାତ କରି ଏହି ଚେକ୍‌ ହସ୍ତାନ୍ତର କରିଥିଲେ । ବାଚସ୍ପତି ଡ. ପାତ୍ର ଏହି ମହତ କାର୍ଯ୍ୟ ପାଇଁ ସଂଘର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love