୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍

ନୂଆଦିଲ୍ଲୀ ୨୪।୦୧: ସଂସଦର  ବଜେଟ୍‌ ଅଧିବେଶନରେ ଲାଗୁ ହେବ କରୋନା ମହାମାରୀ ନିୟମ। ରାଜ୍ୟସଭାରେ ଗୃହକାର୍ଯ୍ୟ ସକାଳ ୯ଟାରୁ ଏବଂ ଲୋକସଭାରେ ଗୃହକାର୍ଯ୍ୟ ଅପରାହ୍ନ ୪ଟାରୁ ଆରମ୍ଭ ହେବ। ଏହି ନୂତନ ନିୟମ ଫେବୃଆରୀ ୨ରୁ ସଂସଦରେ ଲାଗୁ ହେବ। ଜାନୁଆରୀ ୩୧ରେ ସଂସଦର ଉଭୟ ଗୃହକୁ ସମ୍ଵୋଧିତ କରିବେ ରାଷ୍ଟ୍ରପତି। ଫେବୃଆରୀ ୧ରେ ସଂସଦରେ ଉପସ୍ଥାପିତ ହେବ ସାଧାରଣ ବଜେଟ୍।

ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ବଜେଟ୍ ଅଧିବେଶନ ପୂର୍ବରୁ ଗୃହରେ ଏ ପର୍ଯ୍ୟନ୍ତ ୮୭୫ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇ ସାରିଛନ୍ତି। ଜାନୁଆରୀ ୨୦ ପର୍ଯ୍ୟନ୍ତ ୨୮୪୭ ନମୂନା ପରୀକ୍ଷଣ କରାଯାଇଛି। ଏଥିରୁ ୮୭୫ ସଂସଦୀୟ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ରାଜ୍ୟସଭା ସଚିବାଳୟ ଦ୍ଵାରା ମୋଟ୍ ୯୧୫ ପରୀକ୍ଷଣ କରାଯାଇଛି। ଏଥିରୁ ୨୭୧ ଜଣ କରୋନା ପଜିଟିଭ୍ ହୋଇଛନ୍ତି।

Spread the love