ବଜେଟ୍ ପୂର୍ବରୁ ୨୫ ଦଳର ବୈଠକରେ ଉଠିଲା ପେଗାସସ ପ୍ରସଙ୍ଗ, ଚର୍ଚ୍ଚା ପାଇଁ ମନା କଲେ ସରକାର, ରଖିଲେ ଏହି ଜବାବ

ନୂଆଦିଲ୍ଲୀ ୩୧।୧, ମଙ୍ଗଳବାର ସଂସଦର ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ହୋଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ କରିଛନ୍ତି, ବଜେଟ ଅଧିବେଶନର ପ୍ରଥମାର୍ଦ୍ଧରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଏବଂ ବଜେଟ୍ ସମ୍ପର୍କିତ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ।

ସୋମବାର ହୋଇଥିବା ସର୍ବଦଳୀୟ ବୈଠକ ସମୟରେ ଅଧିକାଂଶ ଦଳ ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗ ଉଠାଇଥିଲେ। ଏଥିରୁ ସ୍ପଷ୍ଟ ହୋଇଛି, ସଂସଦରେ ଏହା ଉପରେ ଜୋରଦାର ହଙ୍ଗାମା ହୋଇପାରେ । ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ମାମଲାର ତଦନ୍ତ କରୁଛି ଏବଂ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବଜେଟ୍ ସହ ଜଡିତ ପ୍ରସଙ୍ଗ ଉଠାଇବାକୁ ବୈଠକରେ ସ୍ପଷ୍ଟ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଯଦି ଗୃହକୁ ସୁଚାରୁ ରୂପେ ଚଲାଇବାରେ ସହଯୋଗ କରାଯାଏ, ତେବେ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।

Spread the love