ବଦଳିବ ଯମୁନା ଏକ୍ସପ୍ରେସ-ଓ୍ୱେର ନାମ, ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ମିଳିବ ନୂଆ ପରିଚୟ

ନୂଆଦିଲ୍ଲୀ ୨୩/୧୧: ବଦଳିବ ଯମୁନା ଏକ୍ସପ୍ରେସ-ଓ୍ବେର ନାମ । ସୂଚନାଥାଉକି, ଏହାର ନାମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହୋଇପାରେ । ୟୁପି ସରକାର ଏ ନେଇ ଆରମ୍ଭ କରିଛନ୍ତି ବିଚାର ବିମର୍ଷ । କୁହାଯାଉଛି କି ଜେବର ଏୟାରପୋର୍ଟର ଭୂମୀ ପୂଜନ ସମୟରେ ଏହାର ଘୋଷଣା ହୋଇପାରେ ।

ଆସନ୍ତା ନଭେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଜେବର ଆସିବେ । ସେଠାରେ ସେ ଦେଶର ସବୁଠାରୁ ବଡ଼ ଏୟାରପୋର୍ଟର ଭୂମି ପୂଜନ କରିବା ସହ ଏକ ବଡ଼ ସଭାରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । କୁହାଯାଉଛି କି ଏହି ରାଲି ମଧ୍ୟରେ ପିଏମଙ୍କ ଦ୍ବାରା ଯମୁନା ଏକ୍ସପ୍ରେସ-ଓ୍ବେର ନୂଆ ନାମ ଘୋଷଣା ହୋଇପାରେ । ବିଜେପିର କେତେକ ବରିଷ୍ଠ ନେତା ଏହି ଖବର ଉପରେ ନିଜ ମତ ରଖିଛନ୍ତି ।

ସେମାନେ କହିଛନ୍ତି କି ଏହା ଏଥିପାଇଁ କରାଯାଉଛି କି ଯେପରି ଭାରତର ସବୁଠାରୁ ମହାନ ଏବଂ ଲୋକପ୍ରିୟ ନେତାଙ୍କୁ ଉଚ୍ଚିତ ସମ୍ମାନ ଦିଆଯାଇପାରିବ । ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରତ୍ୟେକ ଦଳର ନେତା ଭଲ ପାଆନ୍ତି। ବିଶେଷ କରି ଆଗାମୀପୀଢି ତାଙ୍କ ମହାନତା ବିଷୟରେ ଜାଣିବାକୁ ପାଇବେ।

Spread the love