ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ

ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ । ସୋନପୁର ଜିଲ୍ଲା ବିନିକା ବନ ବିଭାଗ ଅଧିନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗିନ୍ଦ୍ର ଭୋଇଙ୍କ ଘରୁ ଉଦ୍ଧାର ହୋଇଛି ବଜ୍ରକାପ୍ତା । ତଦନ୍ତ ଆରମ୍ଭ କରିଛି ବନବିଭାଗ ।

ଖବର ଅନୁଯାୟୀ, ଚନ୍ଦଲି ଗାଁର ଯୋଗୀନ୍ଦ୍ରଙ୍କ ଘର ପାଖରେ ବୁଲୁଥିବା ଦେଖି ସେ ବଜ୍ରକାପ୍ତାକୁ ଉଦ୍ଧାର କରି ନିଜ ଘରକୁ ନେଇଥିଲେ I ସେପଟେ ଏସଂପର୍କରେ ଖବର ପାଇ ବିନିକା ଓ ରାମପୁର ଫରେଷ୍ଟର ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି I ଏବେ ବିନିକା ବନ କାର୍ଯ୍ୟାଳୟରେ ବଜ୍ରକାପ୍ତାଟିକୁ ସୁରକ୍ଷିତ ଭାବରେ ରଖାଯାଇଛି l ବଜ୍ରକାପ୍ତାର ଲମ୍ବ ଏକ ମିଟର ରହିଥିବା ବେଳେ ଓଜନ ୧୨ କିଲୋଗ୍ରାମ ରହିଛି l ଚନ୍ଦଲି ନିକଟରେ ଥିବା ଅଡାକଶା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି l

Spread the love