ବଳକା ଭାତକୁ ନଫୋପାଡି ଏପରି ତିଆରି କରନ୍ତୁ ଟେଷ୍ଟି ରେସିପି

ସାମଗ୍ରୀ
ବଳକା ଭାତ, ଦହି, ପିଆଜ, କଞ୍ଚା ଲଙ୍କା, ଧନିଆ ପତ୍ର, ମିକ୍ସଡ ହବର୍ସ, ଲୁଣ, ଗୋଲ ମରୀଚ ପାଉଡର, ବ୍ରେଡ ଏବଂ ରୋଲ।
ପ୍ରସ୍ତୁତ ପ୍ରଣାଳୀ
ବଳକା ଭାତରେ ଡୋନଟ୍‌ ବନାଇବା ପାଇଁ ସର୍ବପ୍ରଥମେ ଦହିକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଏକ ମିକ୍ସଚରରେ ବଳକା ଚାଉଳ, ସୁଜି, ଦହି, ପିଆଜ, କଞ୍ଚା ଲଙ୍କା, ଧନିଆ ପତ୍ର, ବ୍ରେଡକୁ ପକାଇ ଭଳ ଭାବେ ଗୋଳାଇ ଘୋଳ ପ୍ରସ୍ତୁତ କରିଦିଅନ୍ତୁ। ଏବେ ଏଥିରେ ମିକ୍ସଡ ହବର୍ସ, ଲୁଣ, ଗୋଲ ମରୀଚ ପାଉଡରକୁ ମିଶାନ୍ତୁ। ଧ୍ୟାନ ରଖିବେ ଘୋଳକୁ ଅଧିକ ପତଳା କରିବେନି।

ଏବେ ପ୍ୟାନରେ ତେଲ ଗରମ କରିଦିଅନ୍ତୁ। ତେଲ ଗରମ ହେଲା ପରେ ଡୋନଟ ସେପ ଦେଇ ଫ୍ରାଏ କରିଦିଅନ୍ତୁ। ଯେତେବେଳେ ଦୁଇ ପାଖ ଭଲଭାବେ ସେକି ହୋଇଯିବ ଏବଂ ଗୋଲଡେନ ବ୍ରାଉନ କଲର ହୋଇଯିବ ସେତେବେଳେ କଡାରୁୁ ବାହାରକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଟେଷ୍ଟି ଡୋନଟ୍‌। ଏହାକୁ ଆପଣ ଚଟଣୀ କିମ୍ବା ସସ୍‌ ସହିତ ସର୍ଭ କରିପାରିବେ।

Spread the love