ବାଲାଙ୍ଗିରରେ ଚାଞ୍ଚଲ୍ୟ; ଭାଇ ବଦଳରେ ୧୦ ମାଗିଲା ଭାଇ

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଚାଞ୍ଚଲ୍ୟ । ସମ୍ପର୍କୀୟ ଭାଇକୁ ହତ୍ୟା କଲା ଭାଇ । ଅପହରଣ ପରେ ସମ୍ପର୍କୀୟ ଭାଇକୁ ହତ୍ୟା କରିଛି ଭାଇ । ଅପହରଣ ପରେ ସମ୍ପର୍କୀୟ ଭାଇକୁ ଛଡ଼ାଇବା ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲେ । ୧୦ ଲକ୍ଷ ନଦେଲେ ହତ୍ୟା କରିବ ବୋଲି ହ୍ୱାଟ୍ସଆପ ମେସେଜ କରିଥିଲା । ଏହା ପରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଶିରଭଟାପଡ଼ାର ନାବାଳକ ମୋହନ କୁମ୍ଭାର। ସିକେର ଜଙ୍ଗଳରୁ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ଗତ ୨୩ ତାରିଖ ଦିନ ସମ୍ପର୍କୀୟ ଭାଇ ଦ୍ଵାରା ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଭାଇ ଥାନାରେ ଅଟକ ଥିବା ସୂଚନା ମିଳିଛି । ତେବେ ଅଟକ ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ପୋଲିସର ସୂଚନା । ମୃତଦେହକୁ ଜବତ କରି ଟିଟିଲାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।

Spread the love