ବଲାଙ୍ଗୀର ପୁଅ ଛତିଶଗଡ ଉଚ୍ଚ ନ୍ୟାୟାଳୟ ବିଚାରପତି ମନୋନୀତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଳା ମାଲପଡ଼ା ନିବାସୀ ବିଭୁଦତ୍ତ ଗୁରୁ ଛତିଶଗଡ଼ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବରେ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ବିଲାସପୁର ଉଚ୍ଚ ନ୍ୟାୟଳୟ ରେ ରାଜ୍ୟ ର ଏଡିଶିନାଲ୍ ଏଡଭୋକେଟ ଜେନେରାଲ ଭାବରେ ଅଛନ୍ତି। ଗତକାଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ଦୁଇଜଣ ବିଚାରପତି ଏହାକୁ ମୋହର ମାରିଛନ୍ତି। ଗତ ଫେବୃଆରୀ ମାସ ରେ ତାଙ୍କର ନାମକୁ ବିଚାରକୁ ନିଆଯାଇଥିଲା। ସେଠାରେ ଓକିଲାତି କଲାବେଳେ ତାଙ୍କର କାର୍ଯ୍ୟ ଦକ୍ଷତା କୁ ଆଧାର କରି ଏହି ମନୋନୟନ ହୋଇଛି। ଶ୍ରୀ ଗୁରୁ ରାଜେନ୍ଦ୍ର ମହାବିଦ୍ୟାଳୟ ରେ ପାଠ ପରେ ବଲାଙ୍ଗୀର ଆଇନ କଲେଜ ରେ ପଢିଥିଲେ ଓ ପ୍ରଥମେ ଜବଲପୁର ଉଚ୍ଚ ନ୍ୟାୟଳୟ ରେ ଓକିଲାତି ପେଶା ଆରମ୍ଭ କରିଥିଲେ। ପରେ ଛତିଶଗଡ଼ ରାଜ୍ୟ ଗଠନ ହେବା ପରେ ସେ ବିଲାସପୁର ଉଚ୍ଚ ନ୍ୟାୟଳୟ ରେ ଓକିଲାତି କରିଥିଲେ।ସେ ଅବସର ପ୍ରାପ୍ତ ଶିକ୍ଷକ ଶୋଭାକର ଗୁରୁ ଓ ସ୍ବର୍ଗତ ସୌଦାମିନୀ ଗୁରୁ ଙ୍କ ବଡ଼ପୁଅ ଅଟନ୍ତି।

Spread the love