ନାବାଳିକାକୁ ବିଷ ପିଆଇ ହତ୍ୟା କଲା ଅଜଣା ଯୁବକ
ବଲାଙ୍ଗୀର: ନାବାଳିକାକୁ ବିଷ ପିଆଇ ହତ୍ୟା କଲା ଅଜଣା ଯୁବକ। ଘରେ ପଶି ନାବଳିକାକୁ ଜୋରଜବରଦସ୍ତ ବିଷ ପିଆଇଦେଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଲାଙ୍ଗୀର ଆଗଲପୁର ଥାନା ବାଂଝିପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣଙ୍କ ହେଲେ ମମତା ବିଶ୍ୱାଳ। ଘରେ କେହି ନ ଥିବା ବେଳେ ମମତାଙ୍କ ଘରକୁ ଇନସାର ଗାଁର ଜଣେ ଅଜଣା ଯୁବକ ଆସିଥିଲେ। ଠିକ ଏତିକିବେଳେ ଘରେ ପହଞ୍ଚିଥିଲେ ମମତାଙ୍କ ମାଆ। ଜଣେ ଅଜଣା ଯୁବକ ତାଙ୍କ ଝିଅର ତଣ୍ଟିକୁ ଚିପି ତାକୁ କିଟନାଶକ ପିଆଉଥିବାର ସେ ଦେଖିଥିଲେ। ମାଆ ସୁଷମା ବିଶ୍ୱାଳ ବିରୋଧ କରିବାରୁ ଅଜଣା ଯୁବକ ତାଙ୍କୁ ବି ଆକ୍ରମଣ କରି ଚମ୍ପଟ ମାରିଥିଲା । ହେଲେ ଛାଡି ଯାଇଥିଲା ମୋବାଇଲ ଫୋନ। ଯାହାକୁ ପୁଲିସର ଜିମା ଦିଆଯାଇଛି । ଏନେଇ ତଦନ୍ତ ଆରମ୍ଭ କରିଛି ପୁଲିସ।