ବାଲେଶ୍ୱର ଜିଲ୍ଲାର ସମସ୍ତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ବାଲେଶ୍ୱର ଜିଲ୍ଲାର ସମସ୍ତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।
ବାଲେଶ୍ବରର ଏକ କଣ୍ଟେନମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ତା’ଛଡ଼ା କେତେକ ସ୍ଥାନରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ କଡ଼ାକଡ଼ି ଭାବେ ନିୟମ ପାଳନ କରାଯାଉ ନଥିବା ଜଣାଯିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାରେ ୩୭୨ଟି ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ରହିଛି। ଏଥିମଧ୍ୟରୁ ବାଲେଶ୍ୱର ପୌରାଞ୍ଚଳ, ଜଳେଶ୍ବର ଏନଏସି, ନୀଳଗିରି ପୌରାଞ୍ଚଳ ଏବଂ ସୋର ପୌରାଞ୍ଚଳରେ ତିନିଟି ଲେଖାଏଁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ରହିଛି।

ଏହାଛଡ଼ା ଜିଲ୍ଲାର ସମସ୍ତ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ରହିଛି।। ଏବେ ଏହି ସମସ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। 

Spread the love