ଆକ୍ସନ ମୁଡରେ ବାଲେଶ୍ବର ଏସପି ସାଗରିକା ନାଥ, ରାତି ଅଧରେ ବୁଲେଟ ଧରି ମାରୁଛନ୍ତି ପଇଁତରା

ଆକ୍ସନ ମୁଡରେ ବାଲେଶ୍ବର ଏସପି ସାଗରିକା ନାଥ। ରାତି ଅଧରେ ବାଇକରେ ବୁଲି ପାଟ୍ରୋଲିଂ। ଆଜିମାବାଦ ରୋଡରୁ ପୋଲିସ ଲାଇନ ରୋଡ ପର୍ଯ୍ୟନ୍ତ ପଇଁତରା ମାରି ରାତି ଅଧରେ ସହରର ସ୍ଥିତି ପରଖିଛନ୍ତି। ଲୋକଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଉପରେ ନଜର ରଖିବା ସହ ସହରର ସ୍ଥିତି ବୁଲି ଦେଖିଛନ୍ତି। ବାଲେଶ୍ବର ଏସପି ଭାବେ ଦାୟିତ୍ବ ନେବା ପରଠାରୁ ସେ ତାଂକ କାର୍ଯ୍ୟଦକ୍ଷତାକୁ ନେଇ ବେଶ ପ୍ରଶଂସା ସାଉଁଟିଛନ୍ତି। ବ୍ରାଉନସୁଗାର ଚାଲାଣାକାରୀଙ୍କୁ ସାବାଡ କରିବା , ଅପରେସନ ସ୍ୟାଣ୍ଡ ଷ୍ଟର୍ମ ଓ ପ୍ରଶ୍ନପତ୍ର ଲିକ ଘଟଣାର ପର୍ଦ୍ଦାଫାସ୍ ପରି ବଡ଼ ବଡ଼ ପଦକ୍ଷେପ ନେଇଛନ୍ତି। ଅପରାଧୀଙ୍କୁ ସାବାଡ କରୁଛନ୍ତି । ଏବେ ରାତି ଅଧରେ ବାଇକରେ ବୁଲି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାଗରକି ନାଥ।

Spread the love