ବେଆଇନ୍ ମାଟି ଚାଲାଣ, ପ୍ରଶାସନ ଚୁପ

ଭଦ୍ରକ/ ସତ୍ୟଦ୍ରଷ୍ଟା : ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ ଅଧିନରେ ଦିନକୁ ଦିନ ଚୋରା ମାଟି ଚାଲାଣର କାରବାର୍ ବୃଦ୍ଧି ପାଇବାରେ ଲାଗିଛି। ବାସୁଦେବପୁର ତହସିଲ୍ ଅଧୀନରେ ଥିବା ବିଭିନ୍ନ ଆର.ଆଇ ସର୍କଲରେ ଦିନ ଦ୍ବିପହରରେ ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି ବେଆଇନ୍ ଭାବରେ ସବକାରୀ ହେଉ ଅବା ବେସରକାରୀ ଜାଗାରୁ ପ୍ରତି ଦିନ ଶହ ଶହ ଟ୍ରିପ ମାଟି ଚାଲାଣ ହେଉଛି। ଫଳରେ ମୃତ୍ତିକା ନଷ୍ଟ ହେବା ରାଜସ୍ୱ ହରାଇ ବସୁଛି ପ୍ରସାଶନ। ବହୁ ମାତ୍ରାରେ ମାଟି ଚୋର ଚାଲାଣ ହେଉଥିବା ବେଳେ ରାଜସ୍ୱ ନୀରିକ୍ଷକ  କେମିତି ଜାଣି ପାରୁନାହାନ୍ତି ତାହା ଏବେ ସନ୍ଦେହ ପାଲଟିଛି, ନାଁ ଜାଣି ନଜାଣିଲା ପରି ହାତ ବାନ୍ଧି ବସିଛନ୍ତି ବାବୁ ମାନେ। ଏମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ରାଜସ୍ୱ ନୀରିକ୍ଷକ ଏବଂ ତହସିଲଦାର!ଦଲାଲ୍ ଏବଂ ବାବୁ ମାନଙ୍କ ମଧ୍ୟରେ କୌଣସି ଭିତିରିଆ ସମ୍ପର୍କ ନାହିଁ ତ l ଇଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିl ଏହି ଦଲାଲ ପଛରେ କାହାର ହାତ ଅଛି ଏବଂ କାହା ସାହସ ରେ ହେଉଛି ଏଭଳି କାମ. ଜିଲ୍ଲା ପ୍ରସାଶନ କେତେ ନଜର ଦେବାକୁ ବୁଦ୍ଧିଜିବୀ ଦାବୀ କରିଛନ୍ତି।

Spread the love