ବଳିଆ’ ଯୋଜାନରେ ଋଣ ସହାୟତା ୧ ଲକ୍ଷକୁ ବୃଦ୍ଧି

 ‘ବଳିଆ’ ଯୋଜାନରେ ଋଣ ସହାୟତା ବୃଦ୍ଧି । ଋଣ ସହାୟତା ୧ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର । ବୁଣାକାରଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ମିଳିବ ଋଣ । ୨୦୨୨-୨୩ ଆର୍ଥିକ ବର୍ଷରୁ ରାଜ୍ୟସରକାରଙ୍କ ଦ୍ବାରା ପ୍ୟାକେଜ ଘୋଷଣା କରାଯାଇଥଲା । ଏହି ଯୋଜନା ମାଧ୍ୟମରେ ସମସ୍ତ ବୁଣାକାରଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ଦିଆଯିବା ବ୍ୟବସ୍ଥା ହୋଇଥିଲା । ବାରମ୍ବାର ସୂତା, ରଙ୍ଗ ଓ ଅନ୍ୟାନ୍ୟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ ଋଣ ସହାୟତା ରାଶି ବଢାଇଦିଆଯାଇଛି। ଋଣ ରାଶିକୁ ୫୦ ହଜାର ଟଙ୍କାରୁ ୧ଲକ୍ଷ ଟଙ୍କାକୁ ବଢାଇଛନ୍ତି ରାଜ୍ୟସରକାର ।

Spread the love