ବାଲିଯାତ୍ରାରେ ଯୋଡିହେବ ନୂଆ ଫର୍ଦ୍ଦ, ମହାନଦୀର ନୀଳ ଜଳରାଶିରେ ଝଲସିବ ଲାଇଟ ଆଣ୍ଡ ସାଉଣ୍ଡ ସୋ

କଟକ ୦୫।୧୧ : ଚଳିତ ଵର୍ଷ କଟକ ଵାଲିଯାତ୍ରାରେ ଅନେକ ନୂଆ ଫର୍ଦ୍ଦ ଯୋଡି ହେଵ। ଏଥି ମଧ୍ୟରୁ ଅନ୍ୟତମ ହେଉଛି ମହାନଦୀର ନୀଳ ଜଳରାଶିରେ ଲେଜର ଓ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ। ତେବେ ଆସନ୍ତୁ ଦେଖିବା ଏହି ଲାଇଟ୍ ଏଣ୍ଡ ସାଉଣ୍ଡ ସୋ ର ଏକ ଝଲକ୍। ସଂଧ୍ୟା ନଇଁଲେ କଟକରେ ମହାନଦୀର ଗଡଗଡିଆ ଘାଟରେ ସୃଷ୍ଟି ହେଉଛି ସଙ୍ଗୀତମୟ ପରିଵେଶ। କେଵଳ ମ୍ୟୁଜିକ ନୁହେଁ, ଘାଟରେ ସୁନ୍ଦର ଲାଇଟ୍ ଏଣ୍ଡ ସାଉଣ୍ଡ ସୋ ଦର୍ଶକଙ୍କୁ ଟାଣି ଆଣୁଛି ଵାଲିଯାତ୍ରା ପଡିଆକୁ। କଟକ ଏବଂ ଓଡିଶାର ଐତିହ୍ୟ ,ପରମ୍ପରାକୁ ନେଇ ପ୍ରଦର୍ଶିତ ହେଉଛି ଏହି ଲାଇଟ୍ ଏଣ୍ଡ ସାଉଣ୍ଡ ସୋ। ତେବେ ଦିଲ୍ଲୀର ଏକ ସଂସ୍ଥା ଚଳିତ ଵର୍ଷ ଵାଲିଯାତ୍ରାରେ ପ୍ରଦର୍ଶନ କରିଵ ଏହି ଲାଇଟ୍ ଏଣ୍ଡ ସାଉଣ୍ଡ ସୋ। ଏଵେ ପ୍ରତିଦିନ ସଂଧ୍ୟାରେ ଏହାର ଟ୍ରାଏଲ ଚାଲୁଥିଵାରୁ ଵାଲିଯାତ୍ରା ପଡିଆରେ ଲୋକଙ୍କ ଭିଡ ଜମୁଛି । ଚଳିତ ଵର୍ଷ ପ୍ରଥମ ଥର ପାଇଁ ଵାଲିଯାତ୍ରା ଅଵସରରେ ଏଭଳି ଲାଇଟ୍ ଏଣ୍ଡ ସାଉଣ୍ଡ ସୋ ର ଆୟୋଜନ କରାଯାଇଛି। ଏହି ସୋ ପାଇଁ ସମ୍ପୃକ୍ତ ସଂସ୍ଥା କୋଟିଏ ଟଙ୍କା ନେଵ ଵୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Spread the love