ଐତିହାସିକ ବାଲିଯାତ୍ରାରେ ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଶିଶିର ମେଳା
କଟକର ଐତିହାସିକ ବାଲିଯାତ୍ରାରେ ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଶିଶିର ମେଳା। ଆସନ୍ତା ୧୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କଟକ ର ଐତିହାସିକ ଉପର ବାଲିଯାତ୍ରା ପଡିଆ ରେ ଆୟୋଜିତ ହେଉଛି ଏହି ବାରବାଟୀ ଶିଶିର ମେଳା।ବାରବାଟୀ ଶିଶିର ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫାଶନ ମୁଖ୍ୟ ଆକର୍ଷଣ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଆୟୋଜକ କମିଟି । ଭାରତ ମସଲା ଏହି ଶିଶିର ମେଳାର ମୁଖ୍ୟ ପୃଷ୍ଟପୋଷକ ଭାବେ କାର୍ଯ୍ୟ କରୁଛି। ଏହି ମେଳା ରେ ରହିବ ୩୦୦ ରୁ ଉର୍ଦ୍ଧ୍ଵ ଷ୍ଟଲ ।ରାଜ୍ୟ ତଥା ରାଜ୍ୟ ବାହାରୁ ଆସିବେ ଅନେକ ବ୍ୟବସାୟୀ। ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ର ମଜା ଉଠାଇବେ ଦର୍ଶକ । ଏହାସହ ଏମଏସଏମଇ , ଏସଏସଜି ଓ ଓରମାସ ପକ୍ଷରୁ ମଧ୍ୟ ଷ୍ଟଲ ଉପଲବ୍ଧ ହେବ। ମିନାବଜାର , ଦୋଳି, ଫୁଡ଼ କୋର୍ଟ ର ମଧ୍ୟ ମଜା ଉଠାଇବେ ଶିଶିର ମେଳାକୁ ଆସୁଥିବା ଦର୍ଶକ। ୧୦ ଦିନ ବ୍ୟାପି ହେବାକୁ ଥିବା ମେଳାରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବ ଆୟୋଜକ କମିଟି। ସାଂସ୍କୃତିକ କାର୍ଯ୍ୟକ୍ରମ , ଚିତ୍ରଙ୍କନ ଓ ଫ୍ୟାସନ ସୋ କୁ ଦେଖିବାକୁ ପାଇବେ ଦର୍ଶକ । ଅଦିନିଆ ବାଲିଯାତ୍ରାରେ ବେଶ ଭଲ ଲୋକ ହେବେ ବୋଲି ଆୟୋଜନ କମିଟି ଆଶା ରଖିଛି।