ବାଲକୋନିରେ ଲୁଗା ଶୁଖାଇଲେ ଦେବାକୁ ପଡିବ ଜରିମାନା

ସାଧାରଣତଃ ବିଶ୍ୱର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଥାଏ । ଯେଉଁଥିପାଇଁ ଏହି ନିୟମକୁ ପାଳନ କରିବାକୁ ପଡିଥାଏ । କିନ୍ତୁ ଭାରତରେ ଅଧିକାଂଶ ଲୋକ ଅନେକ ନିୟମରୁ ବଞ୍ଚିତ । ଆମ ଭାରତରେ ବାଲକୋନୀ, ଛାତ, କାନ୍ଥ ଆଦି ସବୁଠାରେ କପଡ଼ା ଶୁଖାଇଥାନ୍ତି । ତେବେ ଯଦି ଆପଣଙ୍କୁ କିଏ କହିବ ବାଲକୋନୀରେ ଲୁଗା ଶୁଖାଇଲେ ଜରିମାନା ଦେବାକୁ ପଡ଼ିବ । ତାହାଲେ ଏକଥାକୁ ଯେ କେହି ହସରେ ଉଡ଼ାଇ ଦେବ । ସମସ୍ତେ କହିବେ କି ଏହା କଣ ସତ । ଆଜ୍ଞା ହଁ ଏହି କଥାଟି ସମ୍ପୂର୍ଣ୍ଣ ସତ । ନୂଆ ନିୟମ ଅନୁଯାୟୀ, ଏଣିକି ଆପଣ ବାଲକୋନୀ ବା ଝରକାରେ କପଡ଼ା ଶୁଖାଇଲେ କିମ୍ବା ବାଲକୋନୀରୁ ତଳକୁ ଅଳିଆ ଆବର୍ଜନା ଫୋପାଡ଼ିଲେ କି ବାଲକୋନୀରେ ପଶୁ ପକ୍ଷୀଙ୍କ ଖାଦ୍ୟ ଫୋପାଡ଼ିଲେ, ଅଥବା ବାଲକୋନୀ ତଳକୁ କୌଣସି ପ୍ରକାରର ଜିନିଷ ପକାଇବା ଦ୍ବାରା ଜରିମାନା ଦେବାକୁ ପଡ଼ିବ । ଖବର ଅନୁଯାୟୀ, ନିୟମ ଭାଙ୍ଗିଲେ ଆପଣଣଙ୍କୁ ୧୦ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

ସହରକୁ ଆବର୍ଜନାମୁକ୍ତ ରଖିବା ପାଇଁ ଦୁବାଇ ନଗରପାଳିକା ପକ୍ଷରୁ ଏପରି ଏକ ପଦକ୍ଷେପ ନିଆଯାଇଛି। ଗତକାଲି ଏନେଇ ନଗରପାଳିକା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ବାଲକୋନୀର ଅପବ୍ୟବହାର କରନ୍ତୁ ନାହିଁ, ଏହାକୁ ସବୁ ବେଳେ ସଫାସୁତୁରା ରଖନ୍ତୁ । ସୂଚନାଯୋଗ୍ୟଯେ, ୟୁନାଇଟେଡ ଅଫ୍ ଆରବ ଏମିରେଟ୍ସ (ୟୁଏଇ) ପର୍ଯ୍ୟଟନରୁ ସର୍ବାଧିକ ଆୟ ସଂଗ୍ରହ କରିଥାଏ । ତେଣୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସମୟରେ ଉକ୍ତ ଦେଶର ସରକାର ଭିନ୍ନ ଭିନ୍ନ ନିୟମ ପ୍ରଣୟନ କରିଥାନ୍ତି । ବାଲକୋନୀର ଅପବ୍ୟବହାର କାରଣରୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅସୁନ୍ଦର ପରିବେଶ ସୃଷ୍ଟି ହେଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି

Spread the love