ବାଲୁକା କଳାରେ ଶାନ୍ତିର ବାର୍ତ୍ତା

ପୁରୀ ୦୧।୦୩: ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ଶାନ୍ତି ବିରାଜମାନ କରିବା ଦରକାର । ବିଶ୍ୱଶାନ୍ତି ଆମର କାମ୍ୟ । ମହାଶିବରାତ୍ରି ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରିଛନ୍ତି ।

ୟୁକ୍ରେନ-ଋଷ ଯୁଦ୍ଧ ଅବସରରେ ବାଲୁକା ଶିଳ୍ପୀ ଆମେ ଶାନ୍ତି ଚାହୁଁ ବୋଲି ବାର୍ତ୍ତା ଦେଇଛନ୍ତି । ଏକ ଶିବ ଲିଙ୍ଗ ସହ ମହାଦେବଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ବାଲୁକାକଳାରେ ୨୩ହଜାର ୪୩୬ ରୁଦ୍ରାକ୍ଷ ସ୍ଥାପନ ହୋଇଛି । ବାଲୁକାକଳାଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି ।

Spread the love