ବାଲିକୁଦା ଓ ଏରସମାରେ ମାଡି ଆସିଲା ଲୁଣି ପାଣି, ବୁଡିଗଲା ଚିଙ୍ଗୁଡି ଘେରି

ଜଗତସିଂହପୁର, ୧୩।୦୯ : ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଗତସିଂହପୁର ଜିଲ୍ଲାର ଶତାଧିକ ଗାଁ ଜଳବନ୍ଦୀ ହୋଇ ପଡିଛି । ଘର ଭିତରେ ପାଣି ପଶିଥିବା ବେଳେ ରାସ୍ତାରେ ୩ ଫୁଟ ଉଚ୍ଚର ପାଣି ଚାଲୁ ଥିବାରୁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ।

ବାଲିକୁଦା ଓ ଏରସମା ବ୍ଲକରେ ବର୍ଷା ସାଙ୍ଗକୁ ଲୁଣା ପାଣି ମାଡ଼ି ଆସିବାରୁ ବହୁ ଅଂଚଳ ଜଳମଗ୍ନ ହୋଇଛି । ଚିଙ୍ଗୁଡ଼ି ଘେରି ଗୁଡିକ ବୁଡିଯିବା ଫଳରେ କୋଟି କୋଟି ଟଙ୍କାର ଚିଙ୍ଗୁଡ଼ି ନଷ୍ଟ ହୋଇ ଯାଇଛି । ବର୍ଷା ସାଙ୍ଗକୁ ପବନ ଲାଗି ରହିବାରୁ ଏହି ଅଞ୍ଚଳରେ ବହୁ ଗଛ ଭାଙ୍ଗି ଯାଇଛି । ବର୍ଷା ଲାଗି ରହିଥିବା ଯୋଗୁ ଅଧିକ କ୍ଷୟକ୍ଷତି ସାମନାକୁ ଆସି ନାହିଁ ।

Spread the love