ପ୍ରୟାଗରାଜରେ ମାଟିରା ମିଶିଲା ଜାଭେଦ ପମ୍ପର ଘର; ଜେଏନୟୁରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ ୧୨/୦୬ : ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପାଇଁ ପ୍ରୟାଗରାଜରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜାଭେଦ ପମ୍ପ ଘରକୁ ବୁଲଡୁଜରରେ ଭାଙ୍ଗିବା ଘଟଣାକୁ ବିରୋଧ କରି ରବିବାର ଜେଏନୟୁ (ଜବାହାରାଲାଲ୍ ନେହେରୁ ବିଶ୍ୱ ବିଦ୍ୟାଳୟ)ରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ପ୍ରଦର୍ଶନ ଜେଏନୟୁ କ୍ୟାମ୍ପସର ସାବରମତି ଛାତ୍ରାବାସରୁ ଆରମ୍ଭ ହୋଇଥିଲା। ଜେଏନୟୁ ଛାତ୍ର ସଂଘ ଦ୍ୱାରା ଏହି ବିରୋଧ ପ୍ରଦର୍ଶନ କରାଯାଇଛି। ଜାଭେଦ ପମ୍ପର ଝିଅ ଆଫରିନ ଫାତିମା ଜେଏନୟୁର ଛାତ୍ରୀ ଅଟେ।

ଉତ୍ତରପ୍ରଦେଶ ସରକାର ବୁଲ୍‌ଡୁଜର ଦ୍ୱାରା ବିରୋଧିଙ୍କ ସ୍ୱର ଉତ୍ତୋଳନରକୁ ଚାପି ଦେବାକୁ ଚାହୁଁଛନ୍ତି। ଏଥିପାଇଁ ବିଶେଷ କରି ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରି ତାଙ୍କ ଘରେ ବୁଲ ଡୁଜର ଚଲାଇବା ପାଇଁ ନୋଟିସ୍‌ ଦେଉଛନ୍ତି ବୋଲି ପ୍ରଦର୍ଶନ କାରୀ ଛାତ୍ରମାନେ ଅଭିଯୋଗ କରିଛନ୍ତି

ପ୍ରକୃତରେ ଶୁକ୍ରବାର ନମାଜ ପରେ ପ୍ରୟାଗରାଜର ଅଟାଲା ଓ କରେଲି ଅଞ୍ଚଳରେ ପୋଲିସ ଉପରେ ହୋଇଥିବା ଟେକା ପଥର ମାଡ଼ ଘଟଣାରେ କରେଲିରେ ବେଆଇନ ଭାବେ ତିଆରି ହୋଇଥିବା ଜାଭେଦ ପମ୍ପର ଦୁଇଟି ଘରକୁ ରବିବାର ସରକାରଙ୍କ ନିର୍ଦ୍ଦେଶରେ ଭଙ୍ଗା ଯାଇଛି ପୋଲିସ ଭାଙ୍ଗିଦେଇଛି।

Spread the love