ଭିନ୍ନ ଭିନ୍ନ ସ୍ଥାନରେ ବାଣ ଫୁଟି ୨ ମୃତ

ଆଜି ଦୀପାବଳି ଉତ୍ସବ ଅବସରରେ ବାଣ ନେବା ବେଳେ ଘଟିଛି ଅଘଟଣ । ଢ଼େଙ୍କାନଳ ବାରଦା ଗାଁରେ ଜଣଙ୍କା ମୃତ୍ୟୂ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ଯୁଇଦାସପୁର ଗାଁରେ ଘର ଭିତରେ ବାଣ ଭିଡ଼ୁଥିବା ବେଳେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ବାଣ କିଣିବାକୁ ଆସିଥିବା ଗ୍ରାହକ ଏଥିରେ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ ଢ଼େଙ୍କାନାଳ ବାରଦା ଗାଁର ୩ ଜଣ ଯୁବକ ବାଣ କିଣିବାକୁ ବଜରକୁ ଆସିଥିଲେ । ସେମାନେ ବାଣ କିଣି ବ୍ୟାଗରେ ଭରି ବାଇକରେ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ଢ଼େଙ୍କାନାଳ ବାରଦା ଗାଁର ମହେଶ୍ୱର ମହାରଣାଙ୍କର ମୃତ୍ୟୁ ହୋଇଛି । ଆହତ ବିରେନ ନାୟକ ଓ ପ୍ରସନ୍ନ ବ୍ରହ୍ମଙ୍କୁ ଢ଼େଙ୍କାନାଳ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି ।
ସେହିପରି କେନ୍ଦ୍ରାପଡ଼ା ଯୁଇଦାସପୁର ଗାଁରେ ଘରେ ବାଣ ଭିଡ଼ୁଥିବା ବେଳେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ସେଠାକୁ ବାଣ ପାଇଁ ଆସିଥିବା ଜଣେ ଗ୍ରାହକ ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ହସପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି ।

Spread the love