ପୁରୀରେ ପହଞ୍ଚିଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’, ଆଜି ପୁଣି ଟ୍ରାଏଲ୍‌ ରନ୍‌

ପୁରୀ : ଆସନ୍ତା ୧୮ ତାରିଖରୁ ପୁରୀରୁ ହାୱଡ଼ାକୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଗଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଭିଡିଓ କନ୍‌‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପୁରୀ ‌ଷ୍ଟେସନ‌୍‌ ଏବେ ଉତ୍ସବ ମୁଖରିତ। ଏଥିପାଇଁ ଷ୍ଟେସନ୍‌ ବାହାରେ ପ୍ରବେଶ ପଥରେ ଏକ ବଡ଼ ସ୍କ୍ରିନ୍‌ରେ ଭିଡିଓ କନ୍‌ଫରେନ୍ସିଂକୁ ଜନସାଧାରଣ ଦେଖିପାରିବେ। ଏହି ଅବସରରେ ପୁରୀ ଷ୍ଟେସନରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନ‌ବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ଗୌତମ, କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପୁରୀ ‌ଷ୍ଟେସନରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ଆଜି ରାତିରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ପୁରୀ ଷ୍ଟେସନ ଆସି ପହଞ୍ଚିଛି।

ପ୍ରକାଶ ଯେ ପୁରୀ ଓ ହାୱଡ଼ା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିବା ପାଇଁ ରେଳବାଇ ମନ୍ତ୍ରୀ ଘୋଷଣା କରିଥିଲେ। ଏହାପରେ ହାୱଡ଼ା ଓ ପୁରୀ ମଧ୍ୟରେ ଥିବା ରେଳଧାରଣାକୁ କଡ଼ାକଡ଼ି ଭାବେ ଯାଞ୍ଚ କରି ଆବଶ୍ୟକୀୟ ମରାମତି କରାଯାଇଥିଲା। ଏହାପରେ ଗତ ୨୮ ତାରିଖ ଦିନ ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ପହଞ୍ଚିଥିଲା। ଇତି ମଧ୍ୟରେ ଏହି ଟ୍ରେନ୍‌ର ତିନି ଥର ଟ୍ରାଏଲ୍‌ ରନ୍‌ ସରିଲାଣି। ଆଜି ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ ସମୟରେ ଏହି ଟ୍ରେନ୍‌ ଟ୍ରାଏଲ୍‌ରେ ଗଡ଼ିବା ପାଇଁ ନିଷ୍ପତ୍ତି ହୋଇଛି।

ଆସନ୍ତା ୧୮ ତାରିଖ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଉଦ୍‌ଘାଟନ ପାଇଁ ପୁରୀ ଷ୍ଟେସନରେ ପ୍ରସ୍ତୁତି କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। ଏଥିପାଇଁ ଷ୍ଟେସନ୍‌ର ପ୍ରବେଶ ପଥରେ ଏକ ବଡ଼ ଏଲ୍‌ଇଡି ସ୍କ୍ରିନ୍‌ ମାଧ୍ୟମରେ ଲୋକମାନେ ଟ୍ରେନ୍‌ ଚଳାଚଳର ସିଧା ପ୍ରସାରଣ ଦେଖିବାକୁ ପାଇବେ। ସେହିପରି ଏଠାରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଓ କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ଏଠାରେ ମଞ୍ଚ ପ୍ରସ୍ତୁତି ଚାଲିଛି।

Spread the love