ସାରା ଓଡ଼ିଶା ଗାଇଲା ବନ୍ଦେ ଉତ୍କଳ ଜନନୀ

ସାରା ଓଡ଼ିଶା ଓ ପୂରା ଓଡ଼ିଆ ଜାତି ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ଗ୍ରହଣ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସହରରୁ ଗାଁ, କାର୍ଯ୍ୟାଳୟରୁ ଖେଳପଡ଼ିଆ ସବୁଠି ଲୋକେ ଗାନ କରାଯାଇଛି ‘ବନ୍ଦେ ଉତ୍କଳ ଜନନୀ।’ ଶନିବାର ସନ୍ଧ୍ୟା ୫.୩୦ ମିନିଟ୍‌ରେ ଓଡ଼ିଶାର ଘରେଘରେ ମୁଖରିତ ହୋଇଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’। ଏଥିସହ ବିଭିନ୍ନ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ଷ୍ଟାଡିୟମ, ଖେଳପଡ଼ିଆ ଓ ସର୍ବସାଧାରଣସ୍ଥାନରେ ଲୋକେ ଏକତ୍ରୀତ ହୋଇ ଏହି ଗୀତକୁ ଗାଇ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି। ଆଜି ସନ୍ଧ୍ୟାରେ ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା, କ୍ରୀଡାବିତଙ୍କ ଠାରୁ ଆରମ୍ଭ କରି କଳାକାର, ସାହିତ୍ୟିକଙ୍କଠାରୁ ନେଇ ସାଧାରଣ ଜନତା ଯାଏଁ ସମସ୍ତଙ୍କ କଣ୍ଠରୁ ନିସୃତ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’।  ରାସ୍ତାଘାଟରେ ଅଟକି ଯାଇଥିବା ଓଡ଼ିଆମାନେ ବି ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି। ଭୁବନେଶ୍ୱର କମିସନରେଟ ପୁଲିସ କାର୍ଯ୍ୟାଳୟ, ଜୟଦେବ ବିହାର-ନାଲାକୋରୋଡ, କଂଗ୍ରେସ ଭବନ, ପୁରୀ ବଡ଼ଦାଣ୍ଡରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ ହୋଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5t ସଚିବ ଭିକେ ପଣ୍ଡିଆନ ମଧ୍ୟ   ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନବୀନ ନିବାସରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି । ଏଥ ସହିତ ସମଗ୍ର ରାଜ୍ୟର ଆବାଳବୃଦ୍ଧବନିତା ଏହି ଗୀତ ଗାନ କରିଛନ୍ତି । ରାଜ୍ୟର  କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଓଡ଼ିଆ ଜାତି ଏହି ଗାନ ଗାଇଛି । ଗାଁ ଦାଣ୍ଡ, ଘର ଛାତ, ବିଲ-ବାଡି, ସହରର ଟ୍ରାଫିକ୍ ଛକ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ, ହସ୍ପିଟାଲ, ହାଟ-ବଜାର ଆଦି ସ୍ଥାନରେ ଲୋକେ ଗର୍ବିତ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ଦେଖାଯାଇଛି ।କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରେ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ଉତ୍କଳ ମାତାକୁ ମନେ ପକାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସବୁ ସ୍ତରରେ ଲୋକେ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ରାଜନୈତିକ ଦଳର ନେତା କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ‘ବନ୍ଦେ ଉତ୍କଳ ଜନନୀ’ ଗାଇଛନ୍ତି ।

ସେହିପରି କ୍ରୀଡ଼ାବିତ ଓ ଓଲିଉଡର ତାରକାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଳ କେ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣା ଓ କ୍ରୀଡ଼ା ଓ ଯୁବ ସେବା ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ୟୁଟୁବ ଚ୍ୟାନେଲ ‘ସ୍ପେଟର୍ସ ଓଡ଼ିଶା’ରେ ଲାଇଫ୍ ପ୍ରସାରଣ ହୋଇଛି ।

ସୂଚନାଯୋଗ୍ୟ, କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୮ ତାରିଖରେ ଓଡ଼ିଶାବାସୀଙ୍କୁ ଆଗାମୀ ଶନିବାର (ମେ’ ମାସ ୩୦ ତାରିଖ) ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଆହ୍ୱାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ କଥା ହୋଇଛନ୍ତି । ଏଥି ସହିତ ସିପିଏମ ନେତା ଅଳି ପଟ୍ଟନାୟକ, ସମାଜବାଦୀ ପାର୍ଟି ନେତା ରବି ବେହେରା ଓ ଅନ୍ୟ ରାଜନୈତିକ ଦଳର ନେତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ଗୀତ ଗାଇ ପ୍ରତ୍ୟେକ ଓଡ଼ିଆ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରନ୍ତୁ ବୋଲି ସେ କହିଥିଲେ।

Spread the love