“ବନ୍ଦେ ଉତ୍କଳ ଜନନୀ”: ସାରା ଓଡ଼ିଶା ସହ ସ୍ୱର ମିଳାଇଲା ସୋଆ
ଭୁବନେଶ୍ୱର, ୩୦/୦୫: କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସ୧ାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ମଧ୍ୟ କାଳଜୟୀ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା ।
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୁମିକା ନେଇଥିବା ଏହି ଦେଶାତ୍ମବୋଧକ ସଂଗୀତଟିକୁ ସୋଆର ଛାତ୍ରଛାତ୍ରୀଙ୍କ ସମେତ ପ୍ରଫେସର, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ତୃପକ୍ଷ ଓ କର୍ମଚାରୀ ମାନେ ସନ୍ଧ୍ୟା ସାଢ଼େ ୫ଟା ରେ ସୋଆ କ୍ୟାମ୍ପସରେ ଏହି ସଂଗୀତ ସମୁହ ଗାନ କରିଥିଲେ । କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସ୧ାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବାକୁ ଗତ ଗୁରୁବାର ଦିନ ମୁଖ୍ୟମବୀ ଶ୍ରୀ ନବୀନ
ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଆଙ୍କୁ “ବନ୍ଦେ ଉତ୍କଳ ଜନନୀ” ଗାନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଯିଏ ଯେଉଁଠାରେ ବି ଥାଆନ୍ତୁ ସାମାଜିକ ଦୂରତା ରକ୍ଷା କରି ଏହି ସଂଗୀତ ଗାନ କରିବାକୁ ମୁଖ୍ୟମବୀ ଅନୁରୋଧ କରିଥିଲେ । ସୋଆ କୁଳପତି ତଥା ପ୍ରସିଦ୍ଧ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର, ବିଭିନ୍ନ ଅନୁଷ୍ଠାନର ଡିନ୍, ପ୍ରଫେସର, ଫ୍ୟାକଲ୍ଟି ମେମ୍ବର୍ସ, ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରି ସାମିଲ ହୋଇଥିଲେ । ସୋଆ ବର୍ତମାନର କୋଭିଡ-୧୯ସହ ଯୁଦ୍ଧରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ରାଜ୍ୟ ସରକାରଙ୍କ ସହଭାଗିତାରେ ୩ଟି ଓଡ଼ିଶା କୋଭିଡ ଡାକ୍ତରଖାନା ପରିଚାଳନା କରୁଛି । ଭୁବନେଶ୍ୱର ଠାରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୫୨୫ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା କାର୍ଯ୍ୟ କରୁଥିବା ବେଳେ ତାଳଚେର ଠାରେ ୧୫୬ ଶଯ୍ୟା ବିଶିଷ୍ଟ ଓ କେନ୍ଦ୍ରାପଡ଼ା ଠାରେ ୧୧୦ ଶଯ୍ୟା ବିଶିଷ୍ଟ ଦୁଇଟି ଡାକ୍ତରଖାନା କାର୍ଯ୍ୟ କରୁଛି । ଅନେକ କୋଭିଡ ରୋଗୀ ଏହି ଡାକ୍ତରଖାନା ଗୁଡ଼ିକରେ ଚିକିତ୍ସିତ ହୋଇ ସୁସ୍ଥତା ଲାଭ କରୁଛନ୍ତି ।