ସିଏଏ ଓ ଏନଆରସିକୁ ସମର୍ଥନ କଲେ ବାଗଂଲାଦେଶ ପ୍ରଧାନମନ୍ତ୍ରୀ
ସିଏଏ ଓ ଏନଆରସିକୁ ସମର୍ଥନ ଜାଣାଇଲେ ବାଗଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଏନେଇ ସେ କହିଛନ୍ତି ସିଏଏ ଓ ଏନଆରସି ଭାରତର ବ୍ୟକ୍ତିଗତ ଓ ଆଭ୍ୟନ୍ତରୀଣ ମାମଲା ।
ନୂଆଦିଲ୍ଲୀରେ ହୋଇଥିବା ରାୟସୀନା ଡାଏଲଗରେ ବାଗଂଲାଦେଶ ଯୋଗ ନଥିଲା । ଏନେଇ ଚର୍ଚ୍ଚା ଜୋର ଧରିଥିଲା ଯେ, ସିଏଏ ଓ ଏନଆରସି ପାଇଁ ବାଗଂଲାଦେଶ ଭାରତ ଠାରୁ ଦୂରତା ବଢାଇବାକୁ ଚେଷ୍ଟା କରୁଛି । କିନ୍ତୁ ବର୍ତ୍ତମାନ ରବିବାର ଦିନ ପିଏମ ଶେଖ ହସିନା ସିଏଏ ଓ ଏନଆରସି ଉପରେ ଏହି ମତ ଦେଇ ସବୁ ଚର୍ଚ୍ଚାର ଅବସାନ ଘଟାଇଛନ୍ତି ।
ଶେଖ ହସିନା ଗଲ୍ଫ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ସିଏଏ ଓ ଏନଆରସି ଭାରତର ଆଭ୍ୟନ୍ତରୀଣ ମାମଲା । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କହିଛନ୍ତି ଏନଆରସି ଭାରତର ଏକ ଆଭ୍ୟନ୍ତର ଅଭ୍ୟାସ । ଏଥିସହିତ 2019 ଅକ୍ଟୋବର ଭାରତ ଗସ୍ତରେ ପିଏମ ମୋଦି ବ୍ୟକ୍ତିଗତ ଭାବେ ଏନଆରସି ଓ ସିଏଏକୁ ନେଇ ମୋ ସହ ଆଲୋଚନା କରିଥିଲେ ବୋଲି ଶେଖ୍ ହସିନା କହିଛନ୍ତି ।